ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟର କୁନି ଛାତ୍ରର କୃତିତ୍ୱ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗୀର ଜିଲ୍ଲାର ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ୨ ଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ଯୋଗ ଅଲମ୍ପିଆଡ ପ୍ରତିଯୋଗୀତା ଆୟୋଜିତ ହେଇଯାଇଛି। ଖେଳ ଶିକ୍ଷକ ସୌରଭ ପ୍ରଧାନ ଙ୍କ ତତ୍ତ୍ଵାବଧନରେ ଅଣ୍ଡର ୧୪ ରେ ବିଷ୍ଣୁ ଦତ୍ତ ସ୍ୱାଇଁ ଆସନ୍ତା ତା. ୨୮/୫/୨୦୨୨ ରୁ ତା. ୨୯/୫/୨୦୨୨ ରେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଯୋଗ ଅଲମ୍ପିଆଡ ପ୍ରତିଯୋଗୀତାରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି । ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସନ୍ତୋଷିନି ସେଠୀ କୃତି ଛାତ୍ରଙ୍କୁ ଶୁଭେଚ୍ଛା ଜଣେଇଛନ୍ତି।

Leave A Reply

Your email address will not be published.