
ନୂଆଦିଲ୍ଲୀ : ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ବିଦା କରାଯିବା ନିଷ୍ପତ୍ତି ସପକ୍ଷରେ ୨୦୨୧ରେ ଦିଆଯାଇଥିବା ରାୟ ବିରୋଧରେ ସାଇରସ୍ ମିସ୍ତ୍ରୀ ଦାଖଲ କରିଥିବା ରିଭ୍ୟୁ ପିଟିସନକୁ ଗତକାଲି ସୁପ୍ରିମ୍ କୋର୍ଟ ଖାରଜ କରିଦେଇଛି । ୨୦୧୬ ଅକ୍ଟୋବରରେ ନାଟକୀୟ ଢଙ୍ଗରେ ତାଙ୍କୁ ଟାଟା ସନ୍ସ ଅଧକ୍ଷ୍ୟ ପଦରୁ ବିଦା କରାଯାଇଥିଲା । ସୁପ୍ରିମ୍ କୋର୍ଟଙ୍କ ନିଷ୍ପତ୍ତିକୁ ଟାଟାର ମୁଖ୍ୟ ରତନ ଟାଟା ସ୍ୱାଗତ କରିଛନ୍ତି ।