ରତାଖଣ୍ଡି ନିକଟରେ ସଡକ ଦୁର୍ଘଟଣା : ଜଣେ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରୁ ଟିଟିଲାଗଡ ପଟକୁ ଯାଇଥିବା ରାସ୍ତା ଦେଓଗାଁ ନିକଟସ୍ଥ ରତାଖଣ୍ଡି ଠାରେ ଏକ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ମୃତ ବ୍ୟକ୍ତି ଜଣକ ଆସ୍କା ଅଂଚଳର କମଲେଶ ବୋଲି ଜଣାପଡିଛି । ସୂଚନା ଅନୁସାରେ କମଲେଶ ଗତକାଲି ରାତିରେ ରତାଖଣ୍ଡି ନିକଟରେ ଏକ ଗଛରେ ଧକ୍କା ଦେବାରୁ ତାଙ୍କ ମୃତ୍ୟୁ ଘଟିଥିବା ବେଳେ ପୋଲିସ ଆଜି ତାଙ୍କ ମୃତ ଦେହକୁ ଜବତ କରି ବଲାଙ୍ଗିର ଶବ ବ୍ୟବଚ୍ଛେଦ କେନ୍ଦ୍ର ଠାରେ ଶବ ବ୍ୟବଚ୍ଛେଦ କରାଇଥିବା ଜଣାପଡିଛି ।

jittmm
Leave A Reply

Your email address will not be published.