
ଭୁବନେଶ୍ୱର, (କେପିଏନ୍ଏସ୍) : ମହିଳା ସଶକ୍ତିକରଣ ଦିଗରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ମିଶନ୍ ଶକ୍ତିକୁ ଅଧିକ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଆଗାମୀ ୫ବର୍ଷ ମଧ୍ୟରେ ସରକାରୀ ବିଭାଗମାନଙ୍କ ସହିତ ଦ୍ରବ୍ୟ ଓ ସେବା ଯୋଗାଣ ମାଧ୍ୟମରେ ୫ହଜାର କୋଟି ଟଙ୍କାର ବ୍ୟବସାୟ ସ୍ବୟଂ ସହାୟକ ଗୋଷ୍ଠୀ ପାଇପାରିବେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।