csstore

ଇଣ୍ଟର୍‌ ସ୍କୁଲ ଷ୍ଟେଟ୍‌ କରାଟେ ଚମ୍ପିୟାନସିପ୍‌ରେ ବଲାଙ୍ଗିରର ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୪ ଓ ୧୫ ଦୁଇ ଦିନ ଧରି ଝାରସୁଗୁଡାର ଅଡିଟରିୟମ ସ୍ପୋଷ୍ଟ କମ୍ପେ୍ଲକ୍ସ ଠାରେ ଅଲ ଓଡିଶା ଇଣ୍ଟର ସ୍କୁଲ କରାଟେ ଚମ୍ପିୟାନସିପ୍ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ ତରଫରୁ ୭ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ବାଳିକା ବିଭାଗରେ ଫାଇଟିଙ୍ଗ୍‌ରେ ପ୍ରାଚୀ ବେହେରା ରୌପ୍ୟ ପଦକ ଓ କାତାରେ ସ୍ୱର୍ଣ୍ଣ ପଦକ ପାଇଛନ୍ତି । ସମୀକ୍ଷା ସମୃଦ୍ଧି ଷଡଙ୍ଗି କାତାରେ ରୌପ୍ୟ ପଦକ, ସାଇଶ୍ରୀୟା ମହାକୁର କାତାରେ ବ୍ରୋଞ୍ଚ ପଦକ ପାଇଥିବା ବେଳେ ବାଳକ କାତା ବିଭାଗରେ ମିଥିଲେଶ କୁମାର ବେହେରା ରୌପ୍ୟ ପଦକ, ଅନ୍‌ୱେଶ କୁମାର ସାହୁ ବ୍ରୋଞ୍ଚ ପଦକ, ଶୁଭମ ଦାଶ ରୌପ୍ୟ ପଦକ, ଶମ୍ଭୁ ଭୂଷଣ ବେହେରା ବ୍ରୋଞ୍ଚ ପଦକ ହାସଲ କରିଥିଲେ । ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନର ସଂପାଦକ ତଥା କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଏହି ୭ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ନରେନ୍ଦ୍ର ବରାଡ ଏଥିରେ ଟିମ୍ ମ୍ୟାନେଜର ଭାବରେ ଅଂଶଗ୍ରହଣ କରିଥିଲେ । ଅସୀମ ଭୋଇ ଏଥିରେ ରେଫରି ଦାୟିତ୍ୱ ମଧ୍ୟ ତୁଳାଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଝାରସୁଗୁଡା ଏସ୍‌ପି ରାହୁଲ ଜୈନ ଜାତୀୟ ରେଫରି ଅସୀମ ଭୋଇଙ୍କୁ ଟ୍ରଫି ସହ ସମ୍ମାନିତ କରିଥିଲେ ।

jayashree
Leave A Reply

Your email address will not be published.