csstore

କନ୍ଧକେଲଗାଁ ସେବାଶ୍ରମ ଠାରେ ଗୁରୁଜୀଙ୍କ ଆତ୍ମ ସାକ୍ଷାତ ଦିବସ ପାଳିତ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଅନ୍ତର୍ଗତ କନ୍ଧକେଲଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସନ୍ଥଶ୍ରୀଙ୍କ ଆତ୍ମ ସାକ୍ଷାତ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପରମପୂଜ୍ୟ ଗୁରୁଜୀଙ୍କ ନିର୍ଦ୍ଦେଶ କ୍ରମେ ବାପୁଜୀଙ୍କ ପରମ ଶିଷ୍ୟ ତଥା ଅଞ୍ଚଳର ସମାଜ ସେବୀ ମନ୍ମଥ ମେହେରଙ୍କ ତତ୍ତ୍ଵାବଧାନରେ ଆଜି ଭଗବାନଙ୍କ ପୂଜା ବିଧି କରାଯିବା ସହ ଆଶ୍ରମ ତଥା ଆଖପାଖ ଗ୍ରାମର ଗରିବ, ବିଧବା, ଅସହାୟ ଓ ବୃଦ୍ଧବୃଦ୍ଧା ମାନଙ୍କୁ ଅନ୍ନ ପ୍ରସାଦ ସେବନ କରାଇଥିଲେ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।

ଏହି ଅବସରରେ ଗୁରୁଙ୍କ ମହିମା ଗାନ କରିଥିଲେ ଓ ସମସ୍ତଙ୍କ ମଙ୍ଗଳା କାମନା କରିବା ସହ ପରମପୂଜ୍ୟ ବାପୁଙ୍କ ମଧ୍ୟ ମଙ୍ଗଳ କାମନା କରିଥିଲେ । ବିଶ୍ଵରୁ କରୋନା ମହାମାରୀ ବିନାଶ ହୋଇ ସଂସାର ପୁଣି ସୁଖମୟ, ଶାନ୍ତିମୟ ହେଉ ବୋଲି ଭଗବାନଙ୍କ ଠାରେ ପ୍ରାର୍ଥନା କରିବା ସହିତ କରୋନା ମହାମାରୀ ଠାରୁ ସତର୍କ ରହିବାକୁ ପରାମର୍ଶ ଦେବା ସଂଗେ ସଂଗେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।

jayashree
Leave A Reply

Your email address will not be published.