jsm

ଡେଲାଙ୍ଗରେ ବିଶ୍ଵ ରେଡକ୍ରସ ଦିବସ

csstore

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ବିଶ୍ୱ ରେଡକ୍ରସ୍ ଦିବସ ଅବସରରେ ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟ ରେଡକ୍ରସ୍ ୟୁନିଟ୍ ତରଫରୁ ମହାବିଦ୍ୟାଳୟର ରେଡକ୍ସ ୟୁନିଟ୍‌ର ସଭାପତି ଅଧ୍ୟକ୍ଷ ଡଃ ସରୋଜ କୁମାର ପଣ୍ଡାଙ୍କ ନେତୃତ୍ୱରେ ମୁନିନ୍ଦା ଗ୍ରାମ ପଂଚାୟତର ଡାକପଡାସ୍ଥିତ ବରିଷ୍ଠ ନାଗରିକ ଆବାସ କେନ୍ଦ୍ରର ଅନ୍ତେବାସୀଙ୍କୁ ୟୁନିଟ୍ ତରଫରୁ ଫଳ ଓ ବିସ୍କୁଟ ବଣ୍ଟନ କରାଯିବା ସହିତ ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡିଶା ରାଜ୍ୟଶାଖା ଦ୍ୱାରା ପ୍ରଦତ୍ତ ସାବୁନ୍ ପ୍ରଦାନ କରାଯିବା ସହ ପରିମଳ ଜନିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ରେଡକ୍ରସ୍ ୟୁନିଟ୍‌ର ସଂପାଦକ ତଥା ପରାମର୍ଶ ଦାତା ଅଧ୍ୟାପକ ତ୍ରିନାଥ ପରିଡା ପରିଚାଳନା କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଆବାସର ପରିଚାଳନା ମୁଖ୍ୟ ତପନ କୁମାର ଦାଶ ଉପସ୍ଥିତ ରହିଥିଲେ । ରେଡକ୍ରସ୍ ସ୍ୱେଛାସେବୀ ବିଷ୍ଣୁପ୍ରସାଦ ପ୍ରଧାନ, ସାଗରିକା ପ୍ରଧାନ, ପ୍ରିୟଦର୍ଶିନି ଦଳବେହେରା, ଆରାଧନା ଦାଶ ଓ ରୂପାଲି ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.