oom

ବିଜେପି ଛତ୍ରପୁର ନିର୍ବାଚନ ମଣ୍ଡଳୀର ନିର୍ବାଚନ ସମୀକ୍ଷା ବୈଠକ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳ ସ୍ଥ ପୁତିଗୋପାଳପୁର ସ୍ଥିତ ବିଜେପି କାର୍ଯ୍ୟାଳୟଠାରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କରଙ୍କ ଅଧ୍ୟକ୍ଷତାରେ ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନାଙ୍କ ଉପସ୍ଥିତିରେ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସମୀକ୍ଷକ ଦ୍ୱୟ ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ ରାଜ୍ୟ ସଂଯୋଜକ ମହେଶ ମିଶ୍ର, ପ୍ରଶାନ୍ତ କୁମାର ନାୟକ, ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି, ପ୍ରଦୀପ କୁମାର ପାଢୀ ଜିଲ୍ଲା ଲିଗାଲ ସେଲ ଆବାହକ, ଲଷ୍ମୀ ଚରଣ ପଣ୍ଡା ଜିଲ୍ଲା ସମ୍ପାଦକ, ଛତ୍ରପୁର ନିର୍ବାଚନ ମଣ୍ଡଳୀର ସମସ୍ତ ମଣ୍ଡଳ ସଭାପତି, ସମସ୍ତ ନିର୍ବାଚିତ ପ୍ରତିନିଧି ସମସ୍ତ କାଉନସିଲର, ସମସ୍ତ ଜିଲ୍ଲା ପରିଷଦ ପ୍ରାର୍ଥୀ ଏବଂ କର୍ମୀମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ନିର୍ବାଚିତ ପ୍ରତିନିଧି ଓ ନିର୍ବାଚିତ କାଉନସିଲରମାନଙ୍କୁ ପ୍ରଥମେ ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ।

jittmm
Leave A Reply

Your email address will not be published.