oom

ଜିଲ୍ଲାସ୍ତରୀୟ ଜୟଦେବ ଜୟନ୍ତୀ ପାଳିତ

jsmm
  • ଜୟଦେବଙ୍କ କୃତୀତ୍ତ୍ୱ ବିଶ୍ୱ ଦରବାରରେ ପରିଚିତ ହାସଲ କରିଛି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଜୟଦେବ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି ସମାରୋହରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଜୟଦେବଙ୍କ ସ୍ମୃତି ଚାରଣ କରି ତାଙ୍କ ରଚିତ ମହାନ କୃତୀ ଗୀତଗୋବିନ୍ଦ କିଭଳି ସାହିତ୍ୟକୁ ରୁଧିମନ୍ତ କରିଛି ତାହା ଜଣାଇଥିଲେ । ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କ ପହଡ଼ ଗୀତ ଗୋବିନ୍ଦର ଆବୃତ୍ତି ଦ୍ୱାରା ହେଉଥିବା ପ୍ରକାଶ କରି ଜୟଦେବଙ୍କ ଆତ୍ମ ଚରିତ ଉପସ୍ଥାପନ କରିଥିଲେ । ସମ୍ମାନିତ ଅତିଥି ରୂପେ ଛତ୍ରପୁର ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଗୀତ ଗୋବିନ୍ଦ ସଂସ୍କୃତ ଭାଷାରେ ରଚିତ ହୋଇ ଆଜି ଓଡିଶୀ ନୃତ୍ୟକୁ କିଭଳି ରୁଦ୍ଧିମନ୍ତ କରିଛି ଓ ପଦ୍ୟ ବଳି ରଚନା ସମ୍ପର୍କରେ ଆଲୋକପାତ କରିଥିଲେ । ସଂସ୍କୃତି ବିଭାଗର ପୂର୍ବତନ ସହକାରୀ ନିର୍ଦେଶକ କୃଷ୍ଣଚନ୍ଦ୍ର ନିଶାଙ୍କ ଅନ୍ୟତମ ଅତିଥି ରୂପେ ଯୋଗଦେଇ ଜୟଦେବଙ୍କ କୃତି ଓ ତାଙ୍କ ଜୀବନ ସମ୍ପର୍କରେ ଅବଗତ କରାଇଥିଲେ । ପ୍ରତିଭା ମହାବିଦ୍ୟାଳୟର ଶିକ୍ଷାବିତ ଚିନ୍ମୟ ଦାଶ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ମହାନ ବ୍ୟକ୍ତିଙ୍କ ଜୟନ୍ତୀ ପାଳନର ଆବଶ୍ୟକତା ଓ ପରବର୍ତ୍ତୀ ପିଢିଙ୍କ ଉପରେ ଏହାର ପ୍ରଭାବ ସମ୍ପର୍କରେ ଅବଗତ କରାଇଥିଲେ । ଗୀତଗୋବିନ୍ଦ ପାଠ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିବା ହେତୁ ପ୍ରଫୁଲ୍ଲ ମହାପାତ୍ରଙ୍କୁ ଉପଢୌକନ ପ୍ରଦାନ କରି ସମନ୍ୱିତ କରାଯାଇଥିଲା । ଛତ୍ରପୁର କଳା ବିକାଶ କେନ୍ଦ୍ରର ଓଡ଼ିଶୀ ନୃତ୍ୟ ଗୁରୁ ଅଳକା ସାହୁଙ୍କ ନିର୍ଦେଶନାରେ ଅନୁଷ୍ଠାନର ଛାତ୍ର ଓ ଛାତ୍ରୀମାନଙ୍କ ଦ୍ୱାରା ଜୟଦେବଙ୍କ ରଚିତ ଦଶାବତାର ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ସଭାପତିତ୍ବ କରି କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.