jsm

ଝାରବନ୍ଧରେ ଅକ୍ଷୟ ତୃତୀୟା ପାଳନ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଭଇଁସାଦର୍ହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନଳାପାଣି ଠାରେ ରାଜ ବୋଡାସମ୍ବର କୃଷକ ସଙ୍ଗଠନ ଝାରବନ୍ଧ ତରଫରୁ ଅଖିମୁଠି ଅନୁକୂଳ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଏବିଡିଓ ଭୀଷ୍ମଦେବ ମାଝୀ, ଏଏସଆଇ ମନୋଜ ପ୍ରଧାନ, ଅନ୍ୟତମ ଅତିଥି ଭାବରେ ଏଏସଆଇ ଜଗା ବରିହା, ଏଏସଆଇ କେଶବାନନ୍ଦ ହୋତା, ସ୍ଥାନୀୟ ସରପଞ୍ଚ ମନୋଜ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ କୁମାର ବେହେରା, କୃଷି ଅଧିକାରୀ ମନୋଜ ରାଉତ ପ୍ରମୁଖ ଯୋଗଦାନ କରି ଚାଷୀମାନଙ୍କ ପ୍ରଥମ କୃଷି ଭିତ୍ତିକ ପର୍ବ ଅକ୍ଷୟ ତୃତୀୟାର ଶୁଭ କାମନା ପ୍ରଦାନ କରିଥିଲେ । ଚାଷୀ ସଂଗଠନ ତରଫରୁ କ୍ଷମାନିଧି ସାହୁ ପୂଜାର୍ଚ୍ଚନା କରି ମୁଠି ଅନୁକୂଳ କରିଥିଲେ । ଏହି କାର୍ଯ୍ୟକ୍ରମରେ ଚାଷୀ ସଂଗଠନ ତରଫରୁ ଭୁବନାନନ୍ଦ ନାଏକ, ଅଶୋକ ସାହୁ, ଗୌରୀଶଙ୍କର ସାହୁ, ହେମନ୍ତ ଚରଣ ସାହୁ, ସତ୍ୟମ ପ୍ରଧାନ, କୁସୁମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.