oom

ଅରବିନ୍ଦଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ସଚେତନ ରଥଯାତ୍ରା ଏବଂ ଜିଲ୍ଲାସ୍ତରୀୟ ମହିଳା ପାଠ୍ୟଚକ୍ର ଆଲୋଚନା

jsmm

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପରମ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ସାରା ଭାରତରେ ୧୫/୦୮/୨୧ରୁ ଆରମ୍ଭ ହୋଇ ୧୫/୦୮/୨୨ ଦୀର୍ଘ ଏକ ବର୍ଷ ପର୍ଯ୍ୟନ୍ତ ପାଳନ କରାଯିବା ପାଇଁ ସ୍ଥିର କରାଯାଇଛି । ଏହି ଅବସରରେ ବାଲିଗୁଡାରେ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ଅତିମାନସ ସଚେତନ ରଥ ସୁନାପାଙ୍ଗା ସ୍ଥିତ ହୃଷିକେଶ ଶତପଥିଙ୍କ ବାସଭବନ ଠାରୁ ଆରମ୍ଭ ହୋଇ ପିଡବ୍ଲୁଡି ଛକ, ଜକିସାହି, କୋଳିଛକ, ପଟ୍ଟଖଣ୍ଡା ସାହି, ବସଷ୍ଟାଣ୍ଡ ଦେଇ ବୁଡ଼ାଗୁଡା ରୋଡରେ ଶିବରାମ ପଣ୍ଡାଙ୍କ ବାସଭବନ, ଗୋଇବାଲି, ବାଦକେତା ଦେଇ ସିଟୁପାଜୁରେ ଥିବା ଶ୍ରୀମା ଅରବିନ୍ଦଙ୍କ ଆଶ୍ରମରେ ପହଞ୍ଚିଥିଲା । ବାଟରେ ସମସ୍ତେ ସ୍ୱାଗତ ଜଣାଇଥିଲେ । ସେଠାରେ ପହଞ୍ଚି ଜିଲ୍ଲାସ୍ତରୀୟ ମହିଳା ପାଠ୍ୟଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ତଥା ବ୍ରହ୍ମପୁର ଆସ୍ୱହା ଜୋନରୁ ଅପା ଓ ଭାଇ ମାନେ ଯୋଗଦେଇ ଥିଲେ ଏବଂ ଶ୍ରୀମା ଅରବିନ୍ଦଙ୍କ ୫ଟି ସ୍ବପ୍ନ ତଥା ୩ଟି ପାଗଳାମି ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ସାଧକ କଳାହାଣ୍ଡିରୁ ସରୋଜ ଭାଇ, ଦିଗୁ ଭାଇ, ଓ ବ୍ରହ୍ମପୁରରୁ ଲଲାଟେନ୍ଦୁ ସାମନ୍ତ ଭାଇ, କମଳ ଅପା, ସସ୍ମିତା ଅପା ଓ ଲଷ୍ମୀଧର ଭାଇ ଯୋଗ ଦେଇଥିଲେ । ଏହାକୁ ସୂଚାରୁରୂପେ ବାଲିଗୁଡାର ସୀତାରାମ ପଣ୍ଡା ସହ ଜିଲ୍ଲା ସଭାପତି ଶିବରାମ ପଣ୍ଡା ଓ ବ୍ଲକ ସଭାପତି ହୃଷିକେଶ ଶତପଥି ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.