ବ୍ରହ୍ମପୁର ବଡ଼ମେଡ଼ିକାଲରେ ଅଗ୍ନିକାଣ୍ଡ ଘଟି ଫାଇଲ ଓ ଆସବାବପତ୍ର ଓ ଅନ୍ୟାନ୍ୟ ଜିନିଷ ପୋଡି ନଷ୍ଟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସ୍ଥ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ କଲେଜ (ଏମ୍‌କେସିଜି) ପ୍ରଶାସନିକ କୋଠାରେ ସୋମବାର ଭୋର ୪ଟା ବେଳେ ଅଗ୍ନିକାଣ୍ଡ ଘଟିଛି । ବିଦ୍ୟୁତ ସାର୍ଟସର୍କିଟ ଯୋଗୁଁ ଅଧ୍ୟକ୍ଷଙ୍କ କୋଠରୀ ନିକଟରେ ଥିବା ଏଷ୍ଟାବ୍ଲିସମେଣ୍ଟ ବିଭାଗରେ ନିଆଁ ଲାଗି କିଛି ଫାଇଲ ଓ ଆସବାବପତ୍ର ପୋଡିଯାଇଛି । କାନ୍ଥରେ ଲାଗିଥିବା ଏକ ଫ୍ୟାନ ସମ୍ପୂର୍ଣ୍ଣ ନଷ୍ଟ ହୋଇ ତଳେ ପଡ଼ିଥିବା ବେଳେ ସେଥିରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଖବର ପାଇ ଏମ୍‌କେସିଜି ଅଗ୍ନିଶମ କେନ୍ଦ୍ର ଅଧିକାରୀ ପ୍ରଦୀପ ପଟ୍ଟନାୟକ ଓ ଅନ୍ୟ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଥିଲେ ।

Leave A Reply

Your email address will not be published.