କୋଭିଡ୍‌ ଯୋଦ୍ଧା ଡ. ପ୍ରିୟାଶ୍ରୀଙ୍କୁ ଗାର୍ଡ ଅଫ୍‌ ଅନର୍‌

ରାଉରକେଲା, (କେପିଏନ୍‌ଏସ୍‌) : କୋଭିଡ୍‌ ଯୋଦ୍ଧା ଡ. ପ୍ରିୟାଶ୍ରୀଙ୍କୁ ରାଉରକେଲା ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ କରାଯାଇଛି । କୋଭିଡ-୧୯ରେ ତାଙ୍କର ଅକାଳ ବିୟୋଗ ହୋଇଥିବା ବେଳେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ, ଡେପୁଟି କମିଶନର ଆର୍‌ଏମ୍‌ସି ସୁଧାଂଶୁ ଭୋଇ ପ୍ରମୁଖଙ୍କ ସହ ଅନେକ ସୁନାମଧନ୍ୟ ବ୍ୟକ୍ତିବିଶେଷ ତାଙ୍କୁ ଗଭୀର ଶ୍ରଦ୍ଧାଂଜଳି ପ୍ରଦାନ କରିଛନ୍ତି । ରାଉରକେଲା ସ୍ଥିତ ବେଦବ୍ୟାସ ସ୍ୱର୍ଗଦ୍ୱାରରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ସୂଚନା ମିଳିଛି । ଏହି ସମୟରେ ରାଉରକେଲା ସହରର ଗଣ୍ୟମାନ୍ୟ ବ୍ୟକ୍ତି ସମୁହ ଉପସ୍ଥିତ ରହି ଦିବଂଗତ ଆତ୍ମାଙ୍କ ସଦ୍‌ଗତି କାମନା କରିଛନ୍ତି ।

jittmm
Leave A Reply

Your email address will not be published.