ନିଜ ଉଦ୍ୟମରେ ରାସ୍ତା ନିର୍ମାଣ କଲେ ବାରିକପାଲି ଗ୍ରାମବାସୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ଗମନାଗମନ ପାଇଁ କୋଟି କୋଟି ଟଙ୍କାର ବ୍ୟୟ କରୁଥିବା ଡିମ୍‌ଡିମ ପିଟୁଛନ୍ତି । ହେଲେ ଗ୍ରାମବାସୀଙ୍କୁ ମୌଳିକ ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାର ପାଖରେ କାହିଁ କେତେ ଯୋଜନା ଥିଲେ ବି ତାହା ଉପାନ୍ତ ଅଞ୍ଚଳକୁ ପହଞ୍ଚି ପାରୁନାହିଁ । ଏହା ଫଳରେ ସ୍ୱାଧୀନତାର ଏତେ ଦିନ ପରେ ମଧ୍ୟ ଗ୍ରାମବାସୀ ରାସ୍ତାଟିଏ ପାଇଁ ସଂଗ୍ରାମ କରୁଛନ୍ତି । ବାରମ୍ବାର ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳୁ ନଥିବାରୁ ଶେଷରେ ଗ୍ରାମବାସୀ ନିଜେ ଶ୍ରମଦାନ କରି ମରାମତି କରିଛନ୍ତି ନିଜ ରାସ୍ତାକୁ । ଏହା ହେଉଛି ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଜୁରାବନ୍ଧ ପଞ୍ଚାୟତର ବାରିକପାଲି ଗାଁର ଘଟଣା । ତେବେ ସ୍ଥାନୀୟ ପଞ୍ଚାୟତ ଠାରୁ ଆମ୍ଭର କରି ବ୍ଳକ ପ୍ରଶାସନ ନିକଟରେ ଗୁହାରୀ କରିଥିଲେ ଗ୍ରାମବାସୀମାନେ । ହେଲେ ତାଙ୍କ କଥାକୁ ଶୁଣି ନଥିଲେ ବ୍ଳକ ପ୍ରଶାସନ । ଶେଷରେ ବାଧ୍ୟ ହୋଇ ରାସ୍ତା ତିଆରି କରିଛନ୍ତି ଗ୍ରାମବାସୀ । ଏନେଇ ସଇଁନ୍ତଲା ବିଡ଼ିଓ ଦେବାଶିଷ ସାମଲଙ୍କୁ ପଚାରିବାରୁ ଖୁବ ଶୀଘ୍ର ରାସ୍ତା ନିର୍ମାଣ କରିବା ପାଇଁ ଚେଷ୍ଟା କରିବୁ ବୋଲି କହିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଗ୍ରାମବାସୀ‌ଙ୍କ ସମସ୍ୟାର ସମାଧାନ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.

nine − eight =