pakka

ଭାରତ ସୀମା ପାଖରେ ଚୀନ୍‌ର ମିସାଇଲ୍‌ ମାଡ଼ : ଥରିଲା ପାହାଡ଼

bbehera

ପେଇଚିଂ : ଚୀନ୍‌ ସହ ପୂର୍ବ ଲଦ୍ଦାଖ ଅଂଚଳର ସୀମା ବିବାଦକୁ ନେଇ ଅନେକ ଥର କଥାବାର୍ତ୍ତା ପରେ ବି ଉତ୍ତେଜନା କମିବାର ନାଁ ନେଉନି । ଚୀନ୍‌ ସେନା ମାନସିକ ଚାପ ସୃଷ୍ଟି କରିବା ଚକ୍କର୍‌ରେ ଭାରତ ସୀମାକୁ ଲାଗି ଯୁଦ୍ଧାଭ୍ୟାସ ଜାରି ରଖି ମିସାଇଲ୍‌ ମାଡ଼ କରିଥିବା ବେଳେ ଥରି ଉଠିଛି ପାହାଡ଼ । ଚୀନ୍‌ର ସରକାରୀ ସମ୍ବାଦପତ୍ର ଗ୍ଲୋବାଲ୍‌ ଟାଇମ୍‌ସ ପକ୍ଷରୁ କୁହାଯାଇଛି ଯେ, ଏହି ଯୁଦ୍ଧାଭ୍ୟାସରେ ୯୦ ପ୍ରତିଶତ ଅସ୍ତ୍ରଶସ୍ତ୍ରର ପ୍ରୟୋଗ କରାଯାଇଛି । ଗ୍ଲୋବାଲ୍‌ ଟାଇମ୍‌ସ ଏହା ବି କହିଛି ଯେ, ୪୭୦୦ ମିଟର ଉଚ୍ଚରେ ପିଏଲ୍‌ଏର ତିବ୍‌ବତ୍‌ ଥିଏଟର୍‌ କମାଣ୍ଡ ପକ୍ଷରୁ ଏହି ଯୁଦ୍ଧାଭ୍ୟାସ ପ୍ରଦର୍ଶନ କରାଯାଇଛି । ଗ୍ଲୋବାଲ୍‌ ଟାଇମ୍‌ସ୍‌ ପକ୍ଷରୁ ଏକ ଭିଡ଼ିଓ ମଧ୍ୟ ଜାରି କରାଯାଇଥିବା କୁହାଯାଇଛି । ଏହି ଭିଡ଼ିଓରୁ ଜଣାପଡ଼ୁଛି ଯେ, ଚୀନ୍‌ ସେନା ଅଂଧାରରେ ଡ୍ରୋନ୍‌ ବିମାନ ସାହାଯ୍ୟରେ ବୋବାଲ୍‌ କରିଛନ୍ତି । ଭିଡ଼ିଓରେ ଏହା ବି ନଜର୍‌କୁ ଆସୁଛି, ଚୀନ୍‌ ସେନାଙ୍କ ରକେଟ୍‌ ଫୋର୍ସରେ ସାରା ପାହାଡ଼ି ଅଂଚଳକୁ ଥରେଇ ଦେବା ସହ ଧ୍ୱସ୍ତ ବିଧ୍ୱସ୍ତ କରି ଦେଉଛି ।

jay balangir
Leave A Reply

Your email address will not be published.

1 × four =