ବର୍ଷୁଛି ନିଆଁ, ଜନସାଧାରଣ ଛାନିଆଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ବଲାଙ୍ଗିର ସହର ଡହକ ବିକଳ ହୋଇ ପଡ଼ୁଥିବା ବେଳେ ମଧ୍ୟାହ୍ନ ସମୟରେ ପ୍ରବଳ ଖରା ନିଆଁ ବର୍ଷୁଥିବା ଭଳି ଅନୁଭବ ଦେଉଛି । ଏଭଳି ଅସହ୍ୟ ତାତିରେ ସହରବାସୀ ଛାନିଆଁ ହୋଇ ପଡ଼ିଥିବା ଅନୁମାନ କରାଯାଉଛି । ପ୍ରବଳ ଗରବ ସାଂଗକୁ ବିଜୁଳି ବିଭ୍ରାଟ ଜନସାଧାରଣଙ୍କ ପାଇଁ କାଳ ସାଜିଛି । ଗତ କିଛି ଦିନ ହେଲା ୪୪ ଡିଗ୍ରୀ ଉପରେ ତାତି ରହୁଥିବା ବେଳେ ଆଗାମୀ ଦିନରେ ଆହୁରି ତାତି ବଢ଼ିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏଭଳି ସମୟରେ ସହରବାସୀ ଅତ୍ୟନ୍ତ ସଚେତନ ହେବା ନିହାତି ଆବଶ୍ୟକ ହୋଇପଡ଼ିଛି । ନିହାତି ଦରକାର ନ ହେଲେ ଦିନ ବେଳା ଘରୁ ବାହାରିବା ଉଚିତ୍‌ ନୁହେଁ । ଯଦି ଜରୁରୀ ଆବଶ୍ୟକତା ଅନୁସାରେ ବାହାରକୁ କେହି ବାହାରୁଛନ୍ତି ତେବେ ମୁଣ୍ଡରେ ପଗଡ଼ି ମାରିବା ସହ ପାଦରେ ଯୋତା ଏବଂ ସାଂଗରେ ଥଣ୍ଡା ପାଣି ଧରି ବାହାରିବା ଉଚିତ୍‌ ।

Leave A Reply

Your email address will not be published.