ଆମ୍ବଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଆମ୍ବଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପ୍ରେମଲାଲ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ସରପଞ୍ଚ ପ୍ରତିମା ରଣା ମୁଖ୍ୟ ଅତିଥି, ସାମ୍ବାଦିକ ପ୍ରଭାତ ସାହୁ, ବଂଶୀଧର ମାଝୀ, ୱାର୍ଡ ସଭ୍ୟ ରୁଷି ରଣା, ରାଜୁ ମୁନା, ସହକାରୀ ଶିକ୍ଷକ ସଞ୍ଜିବ ନାୟକ, ଶିକ୍ଷୟିତ୍ରୀ ପ୍ରେମଶୀଳା ସେଠୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଦେଶି ଚରଣ ଦଲେଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭଲ ଶିକ୍ଷାର୍ଥୀ ହେବା ପାଇଁ ପିଲାଙ୍କୁ ବିଭିନ୍ନ ସ୍ତର ଅତିକ୍ରମ କରିବାକୁ ହୋଇଥାଏ, ତୁମେମାନେ ଆଜି ବିଦ୍ୟାଳୟରୁ ବିଦାୟ ନେଉଛ କିନ୍ତୁ ଅନ୍ୟଏକ ବିଦ୍ୟାଳୟ ତୁମକୁ ସ୍ବାଗତ ପାଇଁ ଅପେକ୍ଷା କରିଛି । ତେଣୁ ଜଣେ ଦୀପ୍ତିମାନ ବିଦ୍ୟାର୍ଥୀ ହେବା ପାଇଁ ସାଧନା କର ଏବଂ ପରସ୍ପର ମଧ୍ୟରେ ଭାଇଚାରା ସଂପର୍କ ରଖିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ । ସହକାରୀ ଶିକ୍ଷକ ସଞ୍ଚିବ ନାୟକ ଅତିଥି ପରିଚୟ ଏବଂ ଶିକ୍ଷୟିତ୍ରୀ ପ୍ରେମଶୀଳା ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ/ସଦସ୍ୟା, ଅଭିଭାବକ/ଅଭିଭାବିକା ଓ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ । ବିଦ୍ୟାଳୟର ୭ମ ଓ ୮ମ ଶ୍ରେଣୀର ଛାତ୍ରୀଛାତ୍ର ୮ମ ପାସ କରିଥିବା ଛାତ୍ରୀଛାତ୍ରଙ୍କୁ ଫୁଲ, ଚନ୍ଦନ ଲଗାଇ ବିଦାୟ ସମ୍ବର୍ଦ୍ଧନା ଜଣାଇଥିବା ବେଳେ ପ୍ରଧାନ ଶିକ୍ଷକ ଓ ସରପଞ୍ଚ ନିଜ ତରଫରୁ ପିଲାଙ୍କୁ ଡଟପେନ ପ୍ରଦାନ କରିଥିଲେ ।

Leave A Reply

Your email address will not be published.