ଦିଲ୍ଲୀରେ ମାସ୍କ ନ ପିନ୍ଧିଲେ ଜୋରିମାନା : କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ନିଷ୍ପତ୍ତି

ନୂଆଦିଲ୍ଲୀ : ଦିଲ୍ଲୀରେ କୋଭିଡ -୧୯ର ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିପର୍ୟ୍ୟୟ ପରିଚାଳନା ପ୍ରାଧିକରଣ (ଡିଡ଼ିଏମ୍‌ଏ) ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି । ଏଥିସହ ଉଲ୍ଲଂଘନକାରୀଙ୍କ ଉପରେ ୫୦୦ ଟଙ୍କା ଜୋରିମାନା ଲାଗୁ କରାଯିବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ, ଏହି ମାସର ଆରମ୍ଭରେ ଡିଡ଼ିଏମ୍‌ଏ ସର୍ବସାଧାରଣ ସ୍ଥାନରେ ମାସ୍କର ଆବଶ୍ୟକତାକୁ ଦୂର କରିଦେଇଥିଲା ।

ବାସ୍ତବରେ, ଜାତୀୟ ରାଜଧାନୀରେ କୋଭିଡ -୧୯ ମାମଲାରେ ହୋଇଥିବା ବୃଦ୍‌ଦ୍ଧିକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣକୁ ରୋକିବା ପାଇଁ ଡିଡ଼ିଏମ୍‌ଏ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛି । ଏହି ସମୟରେ ଦିଲ୍ଲୀର ସର୍ବସାଧାରଣ ସ୍ଥାନରେ ମାସ୍କକୁ ବାଧ୍ୟତାମୂଳକ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ଆଦେଶ ପରେ ମାସ୍କ ନ ପିନ୍ଧି ୫୦୦ ଟଙ୍କା ଜୋରିମାନା ଲାଗୁ କରାଯିବ ।

Leave A Reply

Your email address will not be published.