ବଲାଙ୍ଗିରରେ ପ୍ରଥମ ଲେଜର ଅପରେସନ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌): ବଲାଙ୍ଗିରସ୍ଥିତ ସମଲେଶ୍ୱରୀ ମଲ୍‌ଟି ସ୍ପେସାଲିଟି ହସପିଟାଲରେ ପ୍ରଥମ କରି ଲେଜର ଅପରେସନ ଆରମ୍ଭ ହୋଇଛି । ରୋଗୀ ଧର୍ମେନ୍ଦ୍ର ମିଶ୍ର ବହୁଦିନ ଧରି ମଳଦ୍ୱାରରେ ରକ୍ତ କ୍ଷରଣ ହେତୁ ବହୁତ କଷ୍ଟ ପାଉଥିଲେ । ଡ.ଅଶ୍ୱିନୀ ପୂଜାରୀଙ୍କ ପରାମର୍ଶକ୍ରମେ ସେ ପାଇଳ୍ସ ହୋଇଥିବା ଜାଣିପାରିଥିଲେ । ତାର ଲେଜର ଚିକିତ୍ସା ପାଇଁ ଉପରୋକ୍ତ ହସପିଟାଲରେ ଭର୍ତ୍ତି ହୋଇଥିଲେ । ପ୍ରକାଶ ଥାଉକି, ପଶ୍ଚିମ ଓଡିଶାରେ ପ୍ରଥମକରି ଲେଜର ମେସିନର ସୁବିଧା ସମଲେଶ୍ୱରୀ ହସପିଟାଲରେ ଉପଲବ୍ଧ ହୋଇଛି । ଆଜି ସଫଳ ଅସ୍ତ୍ରୋପଚାର ପରେ ସନ୍ଧ୍ୟାରେ ରୋଗୀ ଡିସଚାର୍ଜ ହୋଇଥିବା ହସପିଟାଲର ପରିଚାଳକ ଶାନ୍ତିବନି ଥନାପତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

error: Content is protected !!