jsm

ସଂସ୍କୃତ ପରିଷଦ ବଲାଙ୍ଗିରର ବାର୍ଷିକ ସମାରୋହ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗୋପାଳଜୀ ମନ୍ଦିର ପ୍ରାଙ୍ଗଣରେ ମହା ବିଷୁବ ସଂକ୍ରାନ୍ତି ଅବସରରେ ସଂସ୍କୃତ ପରିଷଦ ବଲାଙ୍ଗିରର ବାର୍ଷିକ ସମାରୋହ ସଭାପତି ପଣ୍ଡିତ ନାମଯଜ୍ଞ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମଂଚାସୀନ ଅତିଥିବୃନ୍ଦ ମହାବୀର ହନୁମାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କଲା ସମୟରେ ପଣ୍ଡିତ ବ୍ରଜ ବିହାରୀ ତ୍ରିପାଠୀ ବେଦପାଠ କରିଥିଲେ ଏବଂ ସାଇ ବିନାୟକ, ସାଇ ଶ୍ରୀରାମ ଭାତୃଦ୍ୱୟ ଶ୍ଲୋକ ଆବୃତି କରିଥିଲେ । ସଭ୍ୟ ଦୈତାରୀ ପୁଝାରୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂପାଦକ ଜୟରାମ ମିଶ୍ର ବିଗତ ବର୍ଷର ଆୟବ୍ୟୟ ବିବରଣୀ ପାଠ କରିଥିଲେ । ପରେ ମୁଖ୍ୟବକ୍ତା ପଣ୍ଡିତ ଜୟକୃଷ୍ଣ ଦାଶ ଶର୍ମା ଏବଂ ମୁଖ୍ୟ ଅତିଥି ଡ. ରାଧାକାନ୍ତ ମିଶ୍ର ନିଜ ଅଭିଭାଷଣ ପ୍ରଦାନ କରିଥିଲେ । ସଭ୍ୟ ଟିକେଶ୍ୱର ଗୁରୁ, ଆଲ୍ଲାଦ କୁମାର ପୁଝାରୀ, ସତ୍ୟବନ୍ତ ବେଦବାକ, ପିତବାସ ପଣ୍ଡା, ଧର୍ମବ୍ରତ ରଥ, ବାବୁଲାଲ ମିଶ୍ର, ସରସ୍ୱତୀ ନନ୍ଦ, ନାରାୟଣ ପାଢୀ, ଓମ୍‌କାର ନାୟକ, ବୈଷ୍ଣବ ଚରଣ ସାହୁ, ପ୍ରଶନ୍ନ କୁମାର ମିଶ୍ର, ଗୋବିନ୍ଦ ମିଶ୍ର, ଦିବାକର ହୋତା, ମହେଶ୍ୱର ସାହୁ, ବିନୟ ମିଶ୍ର, ଗୋପାଳ ଚନ୍ଦ୍ର ପ୍ରଧାନ, ହରେକୃଷ୍ଣ ପଟେଲ ପ୍ରମୁଖ ସମାରୋହରେ ଅଂଶଗ୍ରହଣ କରିଥିଲେ । ସହ-ସଂପାଦକ ରାଜ କିଶୋର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.