ଜିଲ୍ଲା ଦଳିତ ମିଳିତ ମଂଚ ତରଫରୁ ବାବା ସାହେବ ଆମ୍ବେଦକର ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଦଳିତ ମିଳିତ ମଂଚ ବଲାଙ୍ଗିର ତରଫରୁ ବାବା ସାହେବ ଆମ୍ବେଦକରଙ୍କ ୧୩୧ ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ସକାଳ ଘ.୮ ଟା ସମୟରେ ସ୍ଥାନୀୟ କୋଶଳ କଳା ମଣ୍ଡଳ ଠାରୁ ଏକ ଭବ୍ୟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ କଲେଜ ଛକ ଠାରେ ସମାପ୍ତ ହୋଇଥିଲା । ଶୋଭାଯାତ୍ରା ସମୟରେ କଚେରୀ ଛକ ଠାରେ ଥିବା ବାବା ସାହେବଙ୍କ ପ୍ରତିମୃର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ପରେ କଲେଜ ଛକ ଠାରେ ଥିବା କଲ୍ୟାଣ ମଣ୍ଡପ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ବାସୁଦେବ ମୁଗ୍ରୀଙ୍କ ସଭାପତିତ୍ୱରେ ତଥା କୁନା ବାଗଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ନଟରାଜ ନାଗ, ଭୀମସେନ ବାଗ, ସବିତା ନନ୍ଦ, ଲଳିତା ଦୀପ, ଦ୍ରୋଣ କୁମ୍ଭାର ଓ ଅମିନ୍ଦ୍ର ମେହେର ପ୍ରମୁଖ ଯୋଗ ଦେଇଥିବା ବେଳେ ଅର୍ଜୁନ ମୁଗ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ଅତିଥିମାନେ ବାବା ସାହେବଙ୍କ ସଂଘର୍ଷମୟ ଜୀବନ ଗାଥା ଉଦ୍‌ଥାପନ କରିବା ସହିତ ଶିକ୍ଷିତ ହେବା, ସଂଘର୍ଷ କରିବା ଓ ସଂଗଠିତ ହେବା ପାଇଁ ଆହ୍ୱାନ ଜଣାଇଥିଲେ । ସାଂପ୍ରତିକ ସମୟରେ ସଂବିଧାନର ସୁରକ୍ଷା ପାଇଁ ଉଦ୍ୟମ ପ୍ରତି ବ୍ୟକ୍ତିର କର୍ତ୍ତବ୍ୟ ହେବା ଉଚିତ ବୋଲି ଅତିଥିମାନେ ମତ ରଖିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ଏସ୍‌ସି/ଏସ୍‌ଟି ବ୍ୟାଙ୍କ କର୍ମଚାରୀ ସଂଘ ବଲାଙ୍ଗିର ର ବିଶେଷ ଭୂମିକା ରହିଥିଲା । ସଂଘ ତରଫରୁ ଖରାକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାର ଥଣ୍ଡା ପାନୀୟ ଜଳ ସଂଘ ତରଫରୁ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.