କେନ୍ଦୁମୁଣ୍ଡି ଗ୍ରାମରେ ଜଳ ବିଭାଜିକା ତରଫରୁ ଆଜାଦୀ କା ଅମୃତ ମହୋତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପାଟଣାଗଡ ବ୍ଲକର କେନ୍ଦୁମୁଣ୍ଡି ଗ୍ରାମରେ ଜଳ ବିଭାଜିକା ତରଫରୁ ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହୋଇଯାଇଅଛି । ଏହି ସଭାରେ ଜଳଛାୟା ପ୍ରକଳ୍ପ ନିଦ୍ଦେର୍ଶକ ମୋହିତୋଷ ଦାଶ ଯୋଗଦାନ କରି ଉପସ୍ଥିତ ଗ୍ରାମବାସୀଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ । ଏହି ସଭାରେ ଜଳ ବିଭାଜିକାର ତାଲିମ ବିଶେଷଜ୍ଞ ବିଶ୍ୱଜିତ ନନ୍ଦ ଜଳ ବିଭାଜିକାର ବିଭିନ୍ନ ଉପକାରିତା ଉପରେ ଲୋକମାନଙ୍କୁ ବୁଝାଇଥିଲେ ।ସଭା ସୁପରିଚାଳନାରେ ସନ୍ତୋଷ କୁମାର ଭୁଏ, ଶାନ୍ତନୁ ବାଗ, ଗୋପାଳ ମେହେର, ମନୋଜ କୁମ୍ଭାର ଓ ବିନୋଦିନୀ ବରିହା ସହଯୋଗ କରିଥିବା ବେଳେ ଗ୍ରାମର ବିଭିନ୍ନ ସଂଗଠନ ସଭାରେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.