csstore

ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅବ୍ୟବସ୍ଥା ଘେରରେ ଲୋକେ ହସ୍ତତନ୍ତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଥିବା ଆହାର କେନ୍ଦ୍ରରେ ଛାଉଣୀର ବ୍ୟବସ୍ଥା ନାହିଁ ଫଳରେ ମୁଣ୍ଡ ଫଟା ଖରାରେ ମୁଠାଏ ଆହାର ପାଇଁ ଲୋକେ ଟାଣ ଖରାରେ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ଧାଡି ବାନ୍ଧି ଛିଡା ହେବାକୁ ବାଧ୍ୟ ହେଉଛନ୍ତି ବୋଲି ସାଧାରଣରେ ଅଭିଯୋଗ ହେଉଛି । ଏପରିକି ଗତ କିଛିଦିନ ହେଲା ଚିକିତ୍ସାଳୟରେ ପିଇବା ପାଣିର ବ୍ୟବସ୍ଥା ମଧ୍ୟ ଠପ ହୋଇଯାଇଥିବା ଖବର ଆସୁଛି । ଚିକିତ୍ସାଳୟ ପରିସରରେ ୨୪ ଘଣ୍ଟିଆ ପାଣି ବ୍ୟବସ୍ଥା ସହିତ ଏକ ଅସ୍ଥାୟୀ ଛାଉଣୀ ଏବଂ ଗୋଟିଏ ସୁବ୍ୟବସ୍ଥିତ ବିଶ୍ରାମ ଗୃହ ନିର୍ମାଣ କରାଯାଉ ବୋଲି ସାଧାରଣରେ ଦାବୀ ହେଉଛି ।

jayashree
Leave A Reply

Your email address will not be published.