ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ପରୀକ୍ଷାଗୁଡ଼ିକ ସକାଳୁଆ କରିବାକୁ ଦାବୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ଗୁଡ଼ିକ ପ୍ରଥମେ ପୂର୍ବାହ୍ନ ଦଶଟାରୁ କରିବା ପାଇଁ ସ୍ଥିର କରାଯାଇଥିଲା ଓ ଆଶ୍ଚର୍ଯ୍ୟର ବିଷୟ, ପରେ ପୁଣି ମଧ୍ୟାହ୍ନ ଦୁଇଟାରେ କରିବା ପାଇଁ ହଠାତ୍ ନିଷ୍ପତ୍ତି ନିଆଯାଇଛି । ପ୍ରଚଣ୍ଡରୌଦ୍ରତାପରେ ଏଭଳି ସମୟ ନିର୍ଘଣ୍ଟ କେତେ ଦୂର ଯଥାର୍ଥ, ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ବିସ୍ମୟ ପ୍ରକାଶ ପାଇଛି । ଛାତ୍ରଛାତ୍ରୀ ତଥା ଅଭିଭାବକମାନେ ଏହି ପରୀକ୍ଷା ରାଜ୍ୟର ଅନ୍ୟ ବିଶ୍ଵବିଦ୍ୟାଳୟ ଭଳି ସକାଳୁଆ ଅର୍ଥାତ୍‌ ସାତଟା କିମ୍ବା ଆଠଟାରେ କରିବା ପାଇଁ ଦୃଢ ଦାବୀ କରିଛନ୍ତି ।

Leave A Reply

Your email address will not be published.