ମୁଣ୍ଡୋମହୁଲ୍ ଗାଁରେ ରାମ ନବମୀ ପୂଜାନୋତ୍ସବ ପାଳିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡୋମହୁଲ୍ ଗାଁରେ ଆଜି ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ରାମ ନବମୀ ପୂଜାନୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଜଣେ ରାମଭକ୍ତ କୁଳମଣି ମଲ୍ଲିକଙ୍କ ଘରେ ଦୀର୍ଘ ବର୍ଷରୁ ଚୈତ୍ର ମାସ ନବମୀ ତିଥିରେ ରାମ ନବମୀ ପୂଜାର୍ଚ୍ଚନା କରିଆସୁଛନ୍ତି । କଳସ ସ୍ଥାପନ ସହ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ସହ ପାର୍ଶ୍ଵ ଦେବଦେବୀଙ୍କର ଆବାହନ କରାଯାଇ ପୂଜାପାଠ ସହ ବାଲ୍ମିକୀ ରାମାୟଣ ପାରାୟଣ ପଠନ କରାଯାଇଥାଏ ।ଏଥିରେ ପୂଜା କର୍ତ୍ତା ଭାବେ କୁଳମଣି ମଲ୍ଲିକ ଓ ତାଙ୍କ ଧର୍ମପତ୍ନୀ ପୂଜା କାର୍ଯ୍ୟ ନିର୍ବାହ କରିଥିବା ବେଳେ ପୂଜକ ପଣ୍ଡିତ ଗୁଣବନ୍ତ ମିଶ୍ର ପୂଜାର୍ଚ୍ଚନା କରିବା ସହ ପୁରାଣ ଗାନ କରିଥିଲେ । ବାଳ୍ମିକୀ ରାମାୟଣରେ ସାର ମର୍ମ ହେଉଛି ଭାତ୍ରୃ ଭକ୍ତି, ପିତା ସତ୍ୟ ପାଳନ, ଭାଇ ଭାଇ ମଧ୍ୟରେ ଏକତା, ସତ୍ୟର ଅନୁସନ୍ଧାନ, ଧର୍ମର ଜୟ ଅଧର୍ମର କ୍ଷୟ ବୋଲି ପ୍ରବଚନ ଦେଇଥିଲେ । ଘରର ଏକତା ସୃଷ୍ଟି କରିଥାଏ ରାମାୟଣ । ଏହି ଅବସରରେ ସମସ୍ତ ଶ୍ରଦ୍ଧାଳୁମାନଙ୍କ ଅନ୍ନ ଭୋଗର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

Leave A Reply

Your email address will not be published.