ରିଷିଡାରେ ତାରିଣୀଙ୍କ ଝାମୁଯାତ୍ରା ନେଇ ପ୍ରସ୍ତୁତି ବୈଠକ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସ୍ଥିତ ରିଷିଡା ମା’ ତାରିଣୀ ଶୈବ ଶକ୍ତି ପୀଠଠାରେ ଝାମୁଯାତ୍ରାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚଳିତ ବର୍ଷ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସାଂସ୍କୃତିକ କାର୍ଯ୍ୟକ୍ରମ କରାନଯାଇ କେବଳ ରୀତିନୀତି ଅନୁସାରେ ପୁଜା କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ଗ୍ରାମର ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟ ରଖିଥିବା ବେଳେ ମନ୍ଦିର ସୁରକ୍ଷା ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦେବାକୁ ଆଲୋଚନା କରିଥିଲେ । ପ୍ରସିଦ୍ଧ ଝାମୁଯାତ୍ରା ଓ ପଣାସଂକ୍ରାନ୍ତି ଉତ୍ସବର ପ୍ରଥମ ଦିନ ଗ୍ରାମ ପରିକ୍ରମା କରି ଦିତୀୟ ଦିନ ଝାମୁଯାତ୍ରା ଓ ତୃତୀୟ ଦିନ ପଣାସଂକ୍ରାନ୍ତି ପାଳନ ସହ ଉତ୍ସବ ଶେଷ ହେବ ।

Leave A Reply

Your email address will not be published.