ଆମ୍ବିସନ୍ କ୍ଲବ୍ ଆନୁକୂଲ୍ୟରେ ଦାତବ୍ୟ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ଚୌଦ୍ୱାର : ଚୌଦ୍ୱାର ପୌରପାଳିକା ୧୧ ନମ୍ବର ୱାର୍ଡସ୍ଥିତ ଆମ୍ବିସନ୍ କ୍ଲବ୍ ଆନୁକୂଲ୍ୟରେ ଏକ ଦାତବ୍ୟ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ସତ୍ୟବତୀ ଦାସ ଉଦ୍‌ଘାଟନ କରିଥିବା ବେଳେ ସାରାଦିନ ବ୍ୟାପୀ ଅନୁଷ୍ଠିତ ଏହି ଶିବିରରେ ଚକ୍ଷୁ ଚିକିତ୍ସକ ଡା. ଲକ୍ଷ୍ମୀପ୍ରିୟା ନାୟକ ଓ ଡା. ଜାହିରୁଦ୍ଦିନ୍ ସାହା ମୋଟ ୨୦୫ ଜଣଙ୍କର ଚକ୍ଷୁ ପରୀକ୍ଷା କରିବା ସହିତ ଚଷମା ପ୍ରଦାନ କରିଥିଲେ । ସେଥିମଧ୍ୟରୁ ୨୦ ଜଣଙ୍କ ଚକ୍ଷୁରେ ମୋତିଆବିନ୍ଦୁ ଅସ୍ର୍ତ୍ରୋପଚାର ପାଇଁ ପଦ୍ମିନୀ କେୟାର ହସପିଟାଲକୁ ନିଆଯାଇଥିଲା । ନବ ନିର୍ବାଚିତ ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, କାଉନସିଲର ଶୁଭେନ୍ଦୁ ସାମଲ, ସୁବ୍ରତ ସାମଲ, କାଉନସିଲର ବିଜୟଲକ୍ଷ୍ମୀ ବେହେରା, ଯୁବ ନେତା ଅର୍ଜୁନ ପଣ୍ଡା ପ୍ରମୁଖ ଶିବିରରେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କ୍ଲବ୍ ସଭାପତି ଅମିତ କୁମାର ବେଉରା, ସଂଜୟ ପାତ୍ର, ଦେବାଶିଷ ରାଉତ, ପ୍ରଶାନ୍ତ ଜେନା, ସଂଜୟ ରାଉତ, ଖୁଦିରାମ ଦାସ, ବେଣୁଧର ପରିଡ଼ାଙ୍କ ସମେତ କ୍ଲବ୍‌ର ସମସ୍ତ ସଦସ୍ୟ ଓ ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.