ଟ୍ୟାଙ୍କର ଧକ୍କାରେ ଗୁରୁତର ହେଲେ ବୃଦ୍ଧ : ଚାଳକ ଗିରଫ

ସମ୍ବଲପୁର : ସମ୍ବଲପୁରର ଧନୁପାଲି ଛକଠାରେ ରବିବାର ସକାଳ ସମୟରେ ଏକ ତେଲ ଟ୍ୟାଙ୍କର ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଥିବା ଖବର ମିଳିଛି । ସୂଚନାନୁଯାୟୀ, ସକାଳ ପ୍ରାୟ ୭ଟା ସମୟରେ କଟକ ପଟରୁ ଏକ ତେଲ ବୋଝେଇ ଟ୍ୟାଙ୍କର (ଓଡି-୧୬-ଏଫ୍‌–୪୭୧୬) ସୁନ୍ଦରଗଡ ଯାଉଥିବା ବେଳେ ଧନୁପାଲି ଛକରେ ଭାରସାମ୍ୟ ହରାଇ ବିଜୟରାମ ବାଗ (୮୫)ଙ୍କୁ ଧକ୍କା ଦେବାରୁ ତାଙ୍କର ଡାହାଣ ଗୋଡରେ ଗଭୀର ଆଘାତ ଲାଗିଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଗାଡି ଓ ଚାଳକ ସୁବ୍ରତ ସାଶମଲଙ୍କୁ ଅଟକ ରଖି ପୁଲିସକୁ ଜିମା ଦେଇଥିବା ବେଳେ ଆହତଙ୍କୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ପରବର୍ତ୍ତୀ ଅବସ୍ଥାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଆହତଙ୍କୁ ବୁର୍ଲା ଭୀମସାରକୁ ସ୍ଥାନାନ୍ତରିତ କରାଯାଉଛି । ପୁଲିସ ଏ ସର୍ମ୍ପକରେ ଏକ ମାମଲା ରୁଜୁ କରି ଚାଳକକୁ ଗିରଫ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.