ଏପ୍ରିଲ ପହିଲାରୁ ଡହ ଡହ ଖରା, ଆଜି ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏପ୍ରିଲ ପହିଲାରୁ ଡହ ଡହ ଖରା ଆରମ୍ଭ ହୋଇଯାଇଛି । ଦିନ ସାରା ପ୍ରଂଚଣ୍ଡ ଖରାରେ ସିଝୁଛି ସହର । କିନ୍ତୁ ଏ ପର୍ଯ୍ୟନ୍ତ ସହରର କୌଣସି ସ୍ଥାନରେ ପାଣିଛତ୍ରର ବ୍ୟବସ୍ଥା ହୋଇ ନଥିବା ଦେଖିବାକୁ ମିଳିଛି । ରାସ୍ତା ଚଉଡ଼ା ପାଇଁ ସହରର ଯେତେ ବିଶାଳ ଗଛ ଥିଲା, ସବୁ କଟା ଯାଇ ସାରିଥିବା ବେଳେ ଏବେ ଟାଏଁ ଟାଏଁ ଖରାରେ ତତଲା ତାୱାରେ ପରିଣତ ହୋଇଛି ବଲାଙ୍ଗିର ସହର । ଆଜି ୪୧.୬ ଡିଗ୍ରି ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର । ବଲାଙ୍ଗିରରେ ୪୧.୫ ଡିଗ୍ରି ରହିଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.