ନିଜସ୍ୱ ଅନୁଭୂତିରୁ ମହାନ ଆତ୍ମା ସ୍ୱର୍ଗତ ମୋହନ ପୂଜାରୀଙ୍କ ସମ୍ପର୍କରେ କିଛି

  • ସତ୍ୟ ରଞ୍ଜନ ମିଶ୍ର

ଜଣେ ବିଶାଳ ହୃଦୟର କଥା ଆମେ ବେଳେ ବେଳେ ଚିନ୍ତା କରୁଁ, ଏଭଳି ବ୍ୟକ୍ତିତ୍ୱ ଅନେକ ଥାଇ ପାରନ୍ତି, କିଂତୁ ସଭିଏଁ ମୋ ସନ୍ତାନ- ସନ୍ତତି ଓ ଏହା ପରିଣତି ସମୟ ପର୍ଯ୍ୟନ୍ତ ପାଳନ କରୁଥିବା ଏକ ଅନୁନ୍ୟ ବ୍ୟକ୍ତିତ୍ୱ ସ୍ୱର୍ଗତ ପୂଜାରୀ, ଯାହାଙ୍କ ଠୁଁ ଆମେ ପ୍ରେରଣା ଓ ଅନୁଭବ ପାଇଛୁ । ଜଣେ ଅମାୟିକ ସୁ ପଣ୍ଡିତ ଯାହାଙ୍କ ପାଣ୍ଡିତ୍ୟ ମଣିଷକୁ ସତମାର୍ଗ ଦେଖାଉଥିବା କଥା ଯେତେ ବେଳେ ଉଠିବ, ସେ ହିଁ ଆମ ଅଂଚଳର ଉଦାହରଣ ସାଜିବେ । ତାଙ୍କ ଜୀବନର ଅନୁଭୂତିକୁ ବଖାଣିବା ଓ ଏହା ସହିତ ଭାଗବତ ସତ୍ତା, ଧାର୍ମିୟ ଅନୁଚିନ୍ତାର ପ୍ରଭାବ ସମ୍ବନ୍ଧୀୟ ଆଲୋଚନା ହିଁ ତାଙ୍କର ମୁଖ୍ୟ ବିଷୟ ରହିଥିଲା । ସେ ସର୍ବଦା ସାଧୁ, ସନ୍ଥ ଓ ଧାର୍ମିକ ଅନୁଚିନ୍ତା କରୁଥିବା ବ୍ୟକ୍ତିମାନଙ୍କ ସହିତ ସତସଙ୍ଗ, ଆଲୋଚନା କରିବାକୁ ଖୁବ୍‌ ଭଲ ପାଉଥିଲେ । ତାଙ୍କ ପୋଲିସ ଜୀବନର ଶୃଙ୍ଖଳାକୁ ସେ ଏଭଳି ବ୍ୟାଖ୍ୟା କରନ୍ତି ଯେ – ଏବେ ପୋଲିସ ଚାକିରିରେ ତାଙ୍କ ଭଳି ସଚ୍ଚୋଟ, ସତକର୍ମୀ ମିଳିବା ଅବଶ୍ୟମ୍ଭାବୀ ମନେ ହେବେ । ଜୀବନରେ ନିଷ୍ଠା, ପରୋପକାର, ଉଦାରତା, ମାନବୀୟ ଶୃଙ୍ଖଳା ତାଙ୍କଠୁଁ ଶିଖିବା ଆବଶ୍ୟକ ଥିଲା । କଥପୋ କଥନ ସମୟରେ ଥରଟିଏ ମୋତେ କହୁଥିଲେ – ମଣିଷର କୁକର୍ମ ଫଳେ – ନର୍କଗାମୀ ହୁଏ ଓ ସୁକର୍ମେ ବୈକୁଣ୍ଠ ପ୍ରାପ୍ତି ହୁଏ ଓ ଏହା କିଭଳି ତାହା ଜୀବନ ଯାତ୍ରାରେ ସର୍ବଦା ଘଟି ଯାଉଥାଏ- ତାହା ତାଙ୍କ ସଂକ୍ଷିପ୍ତ ଆଲୋଚନାରେ ସ୍ପଷ୍ଟ ଅନୁଭବ ହେଉଥାଏ । ଏହି ଭଳି ଜଣେ ମଣିଷ ହତ୍ୟା କରୁଥିବା ଲୋକ କେବେ ମଧ୍ୟ ଶାନ୍ତି ରେ ରହି ପାରିନଥିବା କଥା କିମ୍ବା ସେ ମଧ୍ୟ ଆଉ ଜଣେ କାହା ଦ୍ୱାରା ନିର୍ମମ ହତ୍ୟା ହେବା କଥା ତାଙ୍କ ନିଜସ୍ୱ ପୋଲିସ-ଜୀବନ ଅନୁଭୂତିରୁ ସଭିଙ୍କୁ ବ୍ୟାଖ୍ୟା କରନ୍ତି । ଚାକିରି ଅବସର କ୍ରମେ ଶ୍ରୀମା ଅରବିନ୍ଦଙ୍କ ଏକାଗ୍ରତା ସାଧନା – ଅରବିନ୍ଦଙ୍କ ଯୋଗ ମନ୍ତ୍ରଧ୍ୟାନକୁ ପାଥେୟ କରି ନିଜ ଉପରେ ପ୍ରୟୋଗ କରିବା ସଙ୍ଗେ, ସଙ୍ଗେ ଅନ୍ୟ ମାନଙ୍କୁ ଏହି ମାର୍ଗ ଆପଣେଇବା ପାଇଁ ପ୍ରବର୍ତ୍ତାଉ ଥିଲେ । ଏଥିପାଇଁ ସେ ସଭିଙ୍କ ପ୍ରିୟ ହୋଇ ପାରିଥିଲେ ଓ ବିଶେଶତଃ ଛୋଟ ଶିଶୁମାନଙ୍କୁ ସ୍ନେହଶ୍ରଦ୍ଧା ତଥା ବୟୋଜ୍ୟେଷ୍ଠଙ୍କୁ ପୂର୍ଣ୍ଣ ଆଦର ଦେଉଥିଲେ । ଏକ ସମ୍ପୂର୍ଣ୍ଣ ପୂର୍ଣ୍ଣାଙ୍ଗ ମଣିଷ ଓ ପୂର୍ଣ୍ଣାଙ୍ଗ ଶିକ୍ଷା କଥା ଯାହା ଶ୍ରୀମା ଅରବିନ୍ଦ ଆଶ୍ରମ ମଧ୍ୟରେ ପାଳନ କରାଯାଏ ତାହାକୁ ସେ ସର୍ବଦା, ସଭିଙ୍କୁ ବୁଝାଇବାରେ ସମର୍ଥ ହୋଇ ପାରିଥିଲେ ।

Leave A Reply

Your email address will not be published.