ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ସାଂସଦ ଆନୁକୂଲ୍ୟରେ ଉତ୍କଳ ଦିବସ ପାଳିତ

କଳାହାଣ୍ଡି, (ପି.କେ. ସାହୁ) : ସୃଷ୍ଟି ଓ ସ୍ରଷ୍ଟା ଆନୁକୂଲ୍ୟରେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଏବଂ ପରବର୍ତ୍ତୀ ଗୌରବମୟ କ୍ରମବିକାଶ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଏବଂ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କ ବକ୍ତବ୍ୟ ଜାତୀୟତା ବୋଧକୁ ସଂପୂର୍ଣ୍ଣ ଜାଗ୍ରତ କରିଥିଲା । ଓଡ଼ିଶାର କୋଣ ଅନୁକୋଣରେ ଥିବା କବି ଏବଂ କବୟିତ୍ରୀ ମାନେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତି ଏବଂ ମୁଖ୍ୟବକ୍ତା ଉତ୍କଳ ବାଗ୍ମୀ ଭୂଷଣ, ବାଗ୍ମୀ ଭାରତୀ, ବାଗ୍ମୀ ପ୍ରଭା ସଂଗ୍ରାମ କେଶରୀ ସାମନ୍ତରାୟ ଯୋଗଦାନ କରିଥିଲେ । ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଓଡ଼ିଶାର କବି, ସାହିତ୍ୟିକ ଏବଂ ସ୍ଵାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ବିସ୍ତୃତ ଭାବେ ବ୍ୟାଖ୍ୟା କରିଥିଲେ । ଯୁବ ଚେତନାରେ ଜାତୀୟତା ଭାବର ସ୍ପୁରଣ କରିବା ପାଇଁ ଅଂଗ୍ନିବର୍ଶୀ ପ୍ରେରଣା ଦେଇଥିଲେ । ଉତ୍କଳ ପ୍ରଦେଶ ଗଠନର ପରବର୍ତ୍ତୀ ଗୌରବମୟ କ୍ରମବିକାଶ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି ଆଲୋଚନାରେ ଉପସ୍ଥିତ ସଜ୍ଜନ ମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିବ । ଏହି ଅନୁଷ୍ଠାନର ସମ୍ପାଦକ ରିଖିରାମ ମେହେର ଅତିଥି ପରିଚୟ ପ୍ରଦାନ କରି ଉତ୍କଳ ଦିବସର ଗୌରବମୟ ପୃଷ୍ଠଭୂମି ଉପରେ ଆଲୋକପାତ କରିଥିଲେ । କବି କବୟିତ୍ରୀ ମାନେ ସ୍ବରଚିତ ଜାତୀୟତା ବୋଧକ କବିତା ପଠନ କରି ଦିନର ଗୁରୁତ୍ବ ଉପରେ ଅଭିମତ ପ୍ରକାଶ କରିଥିଲେ । ଉକ୍ତ କବିତା ଆସରରେ ଯୋଗ ଦେଇଥିବା କବି କବୟତ୍ରୀ, ପ୍ରିୟଦର୍ଶନୀ ମିଶ୍ର, ଉର୍ମିଳା ମହାପାତ୍ର, ସ୍ୱର୍ଣ୍ଣଲତା ପଟ୍ଟନାୟକ, ସୁଭସ୍ମିତା ମହାନ୍ତି, କମଳିନୀ ଚଣ୍ଡି, କିରଣ ମୟ ସେନାପତି, ଜନରଞ୍ଜନ ପ୍ରଧାନ, ସମ୍ପଦ କୁମାର ବେହେରା, କବିତ ସାହୁ, ଅଜୟ କୁମାର ପ୍ରଧାନ, ବିପ୍ଲବ ରଞ୍ଜନ ପ୍ରଧାନ, ମୋନାଲିସା ସିଂହ, ସୁରେଶ ପାଢ଼ୀ, ଛବିରାଣୀ ପତି ଉପସ୍ଥିତ ରହି କବିତା ପାଠ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଶେଷରେ ରିଖିରମ ମେହେର ନିଜ ସ୍ବରଚିତ କବିତା ପାଠ କରି ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.