csstore

ପଦ୍ମପୁର ସହରରେ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ସାଂସଦ ପ୍ରତିନିଧି ତଥା କାଉନସିଲର ଚିନ୍ମୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତନିଧି ଦଳ ପଦ୍ମପୁର ସହରରେ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ପଦ୍ମପୁର ଉପ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ପଦ୍ମପୁର ସହରରେ ପିଇବା ପାଣିର ସମସ୍ୟା ଦୀର୍ଘ ଦିନରୁ ରହି ଆସିଛି । ସମୟ ସମୟରେ ବିଭିନ୍ନ ପଡ଼ାବାସୀ ବାରମ୍ବାର ଆନ୍ଦୋଳନ କରୁଥିବା ସତ୍ତ୍ବେ କିଛି ସୁଫଳ ମିଳୁନାହିଁ । ପଦ୍ମପୁର ସହରର ମେହେରପଡ଼ା, କୁମ୍ଭାରପଡ଼ା, କଣ୍ଟାପଡ଼ାରେ ପାନୀୟ ଜଳର ସମସ୍ୟା ସାଂଘାତିକ ଅଟେ । ଏ ଅଞ୍ଚଳର ଲୋକମାନେ ପ୍ରାୟ ଏକ କିଲୋ ମିଟର ଦୂର ପ୍ରାଇଭେଟ୍ ବସଷ୍ଟାଣ୍ଡକୁ ପିଇବା ପାଣି ଆଣିବା ପାଇଁ ଯାଇଥାନ୍ତି, ସେଠୁ ପାଣି ଆଣିଲେ ଯାଇ ଘରମାନଙ୍କରେ ରୋଷେଇ ହୋଇଥାଏ, ଖରା ମାସ ଆରମ୍ଭ ହେଲାଣି ତେଣୁ ଆଗକୁ ପରିସ୍ଥିତି ଆହୁରି ଜଟିଳ ହେବାକୁ ଯାଉଛି । ଏ ସମସ୍ୟାର ସମାଧାନ ପାଇଁ ଆଜି ବିଜେପି ପକ୍ଷରୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଆଗାମୀ ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ନହେଲେ ଆଗାମୀ ୧୦ ତାରିଖରୁ ପଦ୍ମପୁର ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବା ପାଇଁ ଚେତାବନୀ ଦିଆଯାଇଛି । ପ୍ରତିନିଧି ଦଳରେ ଚିନ୍ମୟ କୁମାର ପଣ୍ଡାଙ୍କ ସମେତ, କାଉନସିଲର ଶ୍ରୀମତୀ ପ୍ରମିଳା ମେହେର, ଆଇନଜୀବୀ ଆଦିତ୍ୟ କୁମାର ରଥ, ପ୍ରମୋଦ କୁମାର ମେହେର, କେତନ ମେହେର, କ୍ଷୀରୋଦ୍ର ରଣା, ଅର୍ଜୁନ ରଣା, ସେବକ ମେହେର, ପାଣ୍ଡବ ମେହେର ପ୍ରମୁଖ ସାମିଲ ଥିଲେ ।

jayashree
Leave A Reply

Your email address will not be published.