୩୬ ଦିନରେ ରୁଷ-ୟୁକ୍ରେନ ଯୁଦ୍ଧ : ଜେଲେନସ୍କିଙ୍କୁ ରାସାୟନିକ ଆକ୍ରମଣ ଭୟ

କିଭ୍‌ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ୩୬ ଦିନ ଧରି ଯୁଦ୍ଧ ଚାଲିଛି । ଯୁଦ୍ଧ ଆହୁରି ଭୟଙ୍କର ହେବାରେ ଲାଗିଛି । ଉତ୍ତେଜନାକୁ ହ୍ରାସ କରିବା ପାଇଁ କୂଟନୈତିକ ପ୍ରୟାସ ମଧ୍ୟ ଚାଲିଛି । ୟୁକ୍ରେନ୍‌ ଧ୍ୱସ୍ତ ବିଧ୍ୱସ୍ତ ହୋଇ ସାରିଛି । ତଥାପି କିନ୍ତୁ ୟୁକ୍ରେନ୍‌ ରାଜଧାନୀ କିଭ୍‌କୁ ସଂପୂର୍ଣ୍ଣ ଅକ୍ତିଆର୍‌ କରିପାରିନାହିିଁ ରୁଷ୍‌ । ତୁର୍କୀର ଇସ୍ତାନବୁଲରେ ଶାନ୍ତି ଆଲୋଚନା ଆରମ୍ଭ ହେବାକୁ ଯାଉଛି । ୟୁକ୍ରେନ ବର୍ତ୍ତମାନ ରାସାୟନିକ ଆକ୍ରମଣର ଆଶଙ୍କା କରୁଛି । ଏଭଳି ପରିସ୍ଥିତିରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ତାଙ୍କ ପ୍ରତିନିଧିଙ୍କୁ ବିଶେଷ ପରାମର୍ଶ ଦେଇଛନ୍ତି ।

ଜେଲେନସ୍କିଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନ ଅନୁଯାୟୀ, ୟୁକ୍ରେନ ପ୍ରତିନିôଧମାନେ କଥାବାର୍ତ୍ତା ସମୟରେ କିଛି ଖାଇବା କିମ୍ବା ପିଇବା ଉଚିତ ନୁହେଁ । ଏହା ମଧ୍ୟ କୁହାଯାଇଛି ଯେ, କୌଣସି ଜିନିଷକୁ ଛୁଇଁବା ଠିକ୍‌ ନୁହେଁ । ୟୁକ୍ରେନର ବୈଦେଶିକ ମନ୍ତ୍ରୀ ମଧ୍ୟ ବିବୃତ୍ତିରେ କହିଛନ୍ତି ଯେ, ବାର୍ତ୍ତାଳାପ ସମୟରେ କିଛି ଖାଆନ୍ତୁ ନାହିଁ କିମ୍ବା କିଛି ସ୍ପର୍ଶ କରନ୍ତୁ ନାହିଁ ।

Leave A Reply

Your email address will not be published.