jayashree

ପ୍ରଧାନମନ୍ତ୍ରୀ ଯୋଗ ପୁରସ୍କାର ୨୦୨୨ ପାଇଁ ନାମାଙ୍କନ ଆମନ୍ତ୍ରଣ କରିଛନ୍ତି ଆୟୁଷ ମନ୍ତ୍ରଣାଳୟ

  • ବିଜେତାମାନଙ୍କର ନାମ ଅନ୍ତର୍ଜାତୀୟ ଯୋଗ ଦିବସ (୨୧ ଜୁନ୍ ୨୦୨୨)ରେ ଘୋଷଣା କରାଯିବ

ନୂଆଦିଲ୍ଲୀ, (ପିଆଇବି) : ଆୟୁଷ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ଯୋଗ ପୁରସ୍କାର ୨୦୨୨ ପାଇଁ ନାମାଙ୍କନ ଆମନ୍ତ୍ରିତ କରିଛନ୍ତି । ବିଜେତାମାନଙ୍କର ନାମର ଘୋଷଣା ଅନ୍ତର୍ଜାତୀୟ ଯୋଗ ଦିବସ ୨୧ ଜୁନ୍ ୨୦୨୨ ରେ କରାଯିବ । ବର୍ଷ ୨୦୨୨ ପାଇଁ ଆବେଦନ ପ୍ରକ୍ରିୟାଟି ବର୍ତ୍ତମାନ ମାଇଁ ଗଭ୍ ପ୍ଲାଟଫର୍ମ (https://innovateindia.mygov.in/pm-yoga-awards-2022/)ରେ ଚାଲୁ ରହିଛି । ଆବେଦନ /ନାମାଙ୍କନ ପ୍ରକ୍ରିୟାକୁ କେବଳ ଅନଲାଇନ୍ ଭାବରେ ଦାଖଲ କରାଯାଇପାରିବ । ହାର୍ଡ଼ କପି ପଠାଇବାର ଆବଶ୍ୟକତା ନାହିଁ । ଏଥିରେ ଭାରତୀୟ ବ୍ୟକ୍ତି/ ସଂସ୍ଥା ପକ୍ଷରୁ ଦୁଇଟି ଜାତୀୟ ବର୍ଗରେ ଆବେଦନ କରାଯାଇପାରିବ । ଏହା ବ୍ୟତୀତ ବିଦେଶୀ ବ୍ୟକ୍ତି/ ସଂସ୍ଥାଙ୍କ ପାଇଁ ମଧ୍ୟ ଦୁଇଟି ଅନ୍ତର୍ଜାତୀୟ ବର୍ଗ ରହିଛି । ଏହି ପୁରସ୍କାର ସେହି ଆବେଦକ/ ନୋମିନିଙ୍କୁ ପ୍ରଦାନ କରାଯିବ, ଯେଉଁମାନେ ଯୋଗରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି ତଥା ଯାହାଙ୍କର ଯୋଗରେ ଗଭୀର ଜ୍ଞାନ ରହିଛି ।
ଯେଉଁ ବ୍ୟକ୍ତି ଏବଂ ସଂସ୍ଥା ଏଥିରେ ଅଂଶଗ୍ରହଣ କରିବାକୁ ଚାହୁଁଛନ୍ତି, ସେମାନେ ପିଏମୱାଇଏର ପେଜ୍ https://innovateindia.mygov.in/pm-yoga-awards-2022/କୁ ଯାଇ ନାମାଙ୍କନ ପ୍ରକ୍ରିୟାକୁ ବୁଝି ପାରିବେ ତଥା ଏଥିରେ ଅଂଶଗ୍ରହଣ କରିପାରିବେ । ନାମାଙ୍କନ ପ୍ରକ୍ରିୟା ଚଳିତ ବର୍ଷ ୨୮ ମାର୍ଚ୍ଚ ୨୦୨୨ରେ ଆରମ୍ଭ କରାଯାଇଛି ତଥା ପ୍ରବେଶିକା ଜମା କରିବାର ଅନ୍ତିମ ତାରିଖ ହେଉଛି ୨୭ ଏପ୍ରିଲ୍ ୨୦୨୨ । ପୁରସ୍କାର ପ୍ରକ୍ରିୟାରେ ଭାଗ ନେବା ପାଇଁ ଆବେଦକ ମଧ୍ୟ ପ୍ରତ୍ୟକ୍ଷ ଭାବରେ ମଧ୍ୟ ଆବେଦନ ଦାଖଲ କରିପାରିବେ ବା ଯୋଗ କ୍ଷେତ୍ରରେ କାମ କରୁଥିବା କୌଣସି ପ୍ରମୁଖ ବ୍ୟକ୍ତି ବା ସଙ୍ଗଠନ ଦ୍ବାରା ନାମାଙ୍କିତ ହୋଇ ପାରିବେ । ଆବେଦକ ଏକ ନିର୍ଦ୍ଦିଷ୍ଟ ବର୍ଷରେ ଜାତୀୟ ବା ଆନ୍ତର୍ଜାତୀୟ ପୁରସ୍କାର କ୍ଷେତ୍ରରେ ଗୋଟିଏ ପୁରସ୍କାର ବର୍ଗ ପାଇଁ ନାମାଙ୍କନ କରିପାରିବେ ବା ନିଜେ ନାମାଙ୍କିତ ହୋଇ ପାରିବେ । ଚୟନ ପ୍ରକ୍ରିୟା ଏକ ବହୁତ ଶୃଙ୍ଖଳିତ ପ୍ରକ୍ରିୟା ଅଟେ ଯେଉଁଥି ପାଇଁ ଆୟୁଷ ମନ୍ତ୍ରଣାଳୟ, ଭାରତ ସରକାର ଦୁଇଟି କମିଟିର ଗଠନ କରିଛନ୍ତି – ଯାଞ୍ଚ କମିଟି ଓ ମୂଲ୍ୟାଙ୍କନ କମିଟି ଯେଉଁମାନେ ପୁରସ୍କାର ପାଇଁ ବିଜେତାଙ୍କ ନାମକୁ ଚୂଡ଼ାନ୍ତ ରୂପ ପ୍ରଦାନ ପାଇଁ ଚୟନ ଓ ମୂଲ୍ୟାଙ୍କନ କରିବେ । ମୂଲ୍ୟାଙ୍କନ ସମିତିର ଅଧ୍ୟକ୍ଷତା କ୍ୟାବିନେଟ୍ ସେକ୍ରେଟାରି କରିବେ । ଯୋଗ ମାନବତାକୁ ଶାରିରୀକ ଓ ମାନସିକ ଆରୋଗ୍ୟର ବାର୍ତ୍ତା ପ୍ରଦାନ କରିଥାଏ । କୋଭିଡ୍ -୧୯ ମହାମାରୀ ସମୟରେ ଏହି ବାର୍ତ୍ତା ଅତ୍ୟନ୍ତ ସାର୍ଥକ ପ୍ରମାଣିତ ହୋଇଛି । ସମଗ୍ର ବିଶ୍ବର ଲୋକମାନେ ସୁସ୍ଥ ରହିବା ଏବଂ ଶକ୍ତିର ସଞ୍ଚାର କରିବା ପାଇଁ ଯୋଗକୁ ନିଜର ଜୀବନରେ ସାମିଲ୍ କରିଛନ୍ତି । ଆନ୍ତର୍ଜାତୀୟ ସ୍ତରରେ ଯୋଗକୁ ମିଳୁଥିବା ପରିଚୟ ଏବଂ ତାହାକୁ ଗ୍ରହଣ କରିବାର ଭାବନା ସେହି ସମୟରେ ଅଧିକ ବ୍ୟାପକ ହୋଇ ପାରିଲା ଯେତେବେଳେ ଜାତି ସଂଘ ବର୍ଷ ୨୦୧୪ ରେ ପ୍ରସ୍ତାବ ୬୯/୧୩୧ ମାଧ୍ୟମରେ ୨୧ ଜୁନକୁ ଆନ୍ତର୍ଜାତୀୟ ଯୋଗ ଦିବସ ରୂପେ ଘୋଷଣା କରିଛନ୍ତି ।

ଚଳିତ ବର୍ଷ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୨ ର କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ୧୩ ମାର୍ଚ୍ଚ ୨୦୨୨ ଠାରୁ ଅଭିଯାନ ମଧ୍ୟ ଆରମ୍ଭ କରି ଦିଆଯାଇଛି । ଶହେ ଦିନର ଏହି କାଉଣ୍ଟ ଡାଉନ୍ ୧୦୦ ଟି ସହରର ୧୦୦ ଟି ଅନୁଷ୍ଠାନକୁ ସାମିଲ୍ କରିବ । ଏହି ପ୍ରକ୍ରିୟା ୨୧ ଜୁନ୍ ୨୦୨୨ ପର୍ୟ୍ୟନ୍ତ ଜାରି ରହିବ । ଆଜାଦୀ କି ଅମୃତ ମହୋତ୍ସବ ପାଳନ ଅବସରରେ ଯୋଗାଭ୍ୟାସର ପ୍ରଦର୍ଶନ ୨୧ ଜୁନ୍ ୨୦୨୨ କୁ ୭୫ ଟି ପ୍ରମୁଖ ସାଂସ୍କୃତିକ ସ୍ଥାନରେ ମଧ୍ୟ କରାଯିବ। ଉପରୋକ୍ତ ୧୦୦ ଦିନରେ ଅନ୍ୟ କାର୍ୟ୍ୟକ୍ରମରେ ଯୋଗ ପ୍ରଦର୍ଶନ, କର୍ମଶଳା ଏବଂ ସେମିନାରର ମଧ୍ୟ ଆୟୋଜନ କରାଯିବ । ମନ୍ତ୍ରଣାଳୟ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଏମୟୋଗା ଆପ୍, ନମସ୍ତେ ଆପ୍, ୱାଇ-ବ୍ରେକ୍ ଆପ୍ଲିକେସନ ତଥା ବିଭିନ୍ନ ଲୋକାଭିମୁଖୀ କାର୍ୟ୍ୟକ୍ରମ ମାଧ୍ୟମରେ ଯୋଗର ଲାଭକୁ ପ୍ରସାରିତ କରିବେ । ମାଇଁ ଗଭ୍ ପ୍ଲାଟଫର୍ମରେ ଚାଲୁ ରହିଥିବା କାର୍ଯ୍ୟକ୍ରମରେ ଫଟୋ ପ୍ରତିଯୋଗୀତା, କ୍ବିଜ୍, ଆଲୋଚନା, ଶପଥ, ସର୍ବେକ୍ଷଣ, ଜିଙ୍ଗିଲ୍ ଆଦି ସାମିଲ୍ ରହିଛି ।

Leave A Reply

Your email address will not be published.