ନଦୀରେ ବୁଡିଲା ଡଙ୍ଗା, ୨ ନିଖୋଜ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ କୁରୁମାନୁର ପଞ୍ଚାୟତରେ ନିକଟରେ ଡ଼ଙ୍ଗା ବୁଡ଼ିଯିବା ଫଳରେ ପ୍ରଖର ନଦୀ ସ୍ରୋତରେ ୨ ଜଣ ଭାସିଯାଇଥିବା ଖବର ମିଳିଛି । ନିଖୋଜ ୨ ଜଣ ବ୍ୟକ୍ତି ଗିଲାମାମୁଡି ଗ୍ରାମର ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ସୋମବାର ଏକ ଡଙ୍ଗାରେ ୭ ଜଣ ପଡୋଶୀ ରାଜ୍ୟ ଆନ୍ଧ୍ରର ମାଙ୍ଗମପଡ଼ା ଅଭିମୁଖେ ଯାଉଥିବା ସମୟରେ ନଦୀର ପ୍ରଖର ସ୍ରୋତରେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ କୁରୁମାନୁର ପଞ୍ଚାୟତରେ ନିକଟରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଡଙ୍ଗାରେ ବସିଥିବା ୭ ଜଣଙ୍କ ମଧ୍ୟରୁ ୫ ଜଣ ପହଁରି ପହଁରି ନଦୀକୂଳରେ ପହଁଚିଥିଲେ । ହେଲେ ଆଉ ୨ ଜଣ ନିଖୋଜଥିବା ଜଣାପଡିଛି । ନିଖୋଜ ୨ ଜଣ ଆନ୍ଧ୍ର ମାଙ୍ଗମପଡ଼ା ଗ୍ରାମର ଲିଙ୍ଗା ରେଡ୍ଡୀ ବୟସ (୩୦) ଓ ଲଚମନ ରେଡ୍ଡୀ ବୟସ (୨୫) ବୋଲି ଜଣାପଡିଛି । ସେମାନେ ଦୀର୍ଘ ଦିନ ପରେ ନିଜ ସମ୍ପର୍କୀୟଙ୍କ ଘର କୁରୁମାନୁର୍ ପଞ୍ଚାୟତର ଗିଲାମାମୁଡି ଗ୍ରାମକୁ ବୁଲିବାକୁ ଆସିଥିଲେ । ନିଜ ଘର ଆନ୍ଧ୍ରାର ମାଙ୍ଗମ୍ପଡ଼ା ଫେରିବା ସମୟେ ଏଭଳି ଘଟଣା ଘଟିଛି ।

Leave A Reply

Your email address will not be published.