oom

୬୬ କେ.ଜି ଗଞ୍ଜେଇ ଜବତ ସହ ୩ ମାଫିଆ ଗିରଫ

jsmm

ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଳ ଷ୍ଟେସନ ଛକ ନିକଟରେ ରାତି ପାଟ୍ରୋଲିଂ ବେଳେ ଏକ ସ୍ଵିପ୍ଟ କାର୍‌ରୁ ପୋଲିସ ଏହି ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ସୂଚନାନୁଯାୟୀ, ଏକ କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବ ବିଶେଷ ସୂତ୍ରରୁ ଖବର ପାଇ ମୁନିଗୁଡା ଏସ୍‌ଡ଼ିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଥାନା ଅଧିକାରୀ ସୁଜ୍ଞାନୀ ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ରେଳ ଷ୍ଟେସନ ଛକ ନିକଟରେ ରାତି ପାଟ୍ରୋଲିଂ ବେଳେ ଦ୍ରୁତ ଗତିରେ ଯାଉଥିବା ଏକ ସ୍ଵିଫ୍ଟ କାରକୁ ସନ୍ଦେହ କରି ଅଟକାଇଥିଲେ । ପୋଲିସକୁ ଦେଖି କାରଟି କିଛି ଦୂର ଦ୍ରୁତ ଗତିରେ ଚାଲିଯାଉଥିବା ବେଳେ ପୋଲିସ ପିଛା କରି କାରଟିକୁ ଅଟକାଇଥିଲା । ପରେ ସେଥିରେ ଗଞ୍ଜେଇ ଥିବା ଅନୁମାନ କରାଯାଇ ଥାନାକୁ ଆଣି ଯାଞ୍ଚ୍ ବେଳେ ୬୬ କିଲୋ ଗଞ୍ଜେଇ ଜବତ ହୋଇଛି । ଏଥିସହ କାରରେ ଥିବା ୩ ଗଞ୍ଜେଇ ମାଫିଆଙ୍କୁ ପୋଲିସ ଗିରଫ କରିଛି । ଗିରଫ ହୋଇଥିବା ୩ ଅଭିଯୁକ୍ତ ଛତିଶଗଡର ବିନୟ କୁମାର ୟାଦବ, ରାଇସିଂ ପୁରେ ଓ ଉତ୍ତରପ୍ରଦେଶର ରବି ତିୱାରୀ । ଅଭିଯୁକ୍ତମାନେ ମୋହନା ଅଞ୍ଚଳରୁ ଗଞ୍ଜେଇ ଆଣି ଦୁର୍ଗୀ ଓ ବିଷମକଟକ ରାସ୍ତାଦେଇ ଛତିଶଗଡ ଅଭିମୁଖେ ଯାଉଥିବା ଜଣାପଡିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ ଲକ୍ଷ୍ୟ ୬୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି ।

jittmm
Leave A Reply

Your email address will not be published.