ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଅନୁଗୁଳ ଜିଲ୍ଲାରେ ଜବରଦସ୍ତ ଭାରତ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି । ରାଷ୍ଟ୍ରାୟତ ଉଦ୍ୟୋଗ ଏମ୍ସିଏଲ୍ର ତାଳଚେରରେ ଥିବା ସମସ୍ତ କୋଇଲାଖଣି ଯଥା ଲିଙ୍ଗରାଜ, ଅନନ୍ତ, ବଳରାମ, ଭୁବନେଶ୍ଵରୀ, ଜଗନ୍ନାଥ, ହିଙ୍ଗୁଳା, ଭରତପୁର ଏବଂ କଣିହାଁ କୋଲ ମାଇନ୍ସ ଉପରେ ବନ୍ଦର ପ୍ରଭାବ ପଡିଛି ।
ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକର ଘରୋଇକରଣକୁ ବିରୋଧ, ପିଏଫ୍ରୁ ସୁଧହାର ହ୍ରାସ ଏବଂ ଅନ୍ୟାନ୍ୟ ଦାବୀ ନେଇ ଆନ୍ଦୋଳନକୁ ଓହ୍ଲାଇଛି ଟ୍ରେଡ୍ ୟୁନିଅନ । ଫଳରେ କୋଇଲାଖଣି ଗୁଡିକରେ ଉତ୍ପାଦନ ଏବଂ ପରିବହନ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଏହି ଧର୍ମଘଟରେ ଏଚ୍ଏମ୍ଏସ୍, ଆଇଏନ୍ଟିୟୁସି ଏବଂ ଏଆଇଟିୟୁସି ସଙ୍ଗଠନ ସାମିଲ ହୋଇଛନ୍ତି । ରାଷ୍ଟ୍ରାୟତ ଉଦ୍ୟୋଗ ଏନଟିପିସି ଏବଂ ନାଲକୋ ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି ।