csstore

ବ୍ଲକ ସ୍ତରୀୟ ଗାଁ ସାଥୀ ବନ୍ଧୁ ମିଳନ ସମାରୋହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର ଗାଁ ସାଥୀମାନଙ୍କ ବନ୍ଧୁ ମିଳନ ସମାରୋହ କଣ୍ଟାଝୁଡ଼ା ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବନ୍ଧୁମିଳନ ସମାରୋହ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବଣୁଆ, ଏ.ପି.ଓ ଅନୁପମା ସାହୁ, ସାମାଜିକ ସମୀକ୍ଷକ ଉମାକାନ୍ତ ସାହୁ, ନବ ନିର୍ବାଚିତ ସରପଞ୍ଚ ପହିଲ ମାନସି ବରିହା, ସମିତି ସଭ୍ୟ ରତନ ବରିହା, ସୁନିଲ କୁମାର ସାହୁ, ସମସ୍ତ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ଅଂଶ ଗ୍ରହଣ କରିଥିଲେ । ସର୍ବ ପ୍ରଥମେ ଗାଁ ସାଥୀ ସଭାପତି ସଭାକର ସାହୁ ସମସ୍ତଙ୍କୁ ସ୍ଵାଗତ କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ୱାରା ଶିବମନ୍ଦିରରେ ଦୀପ ପ୍ରଜ୍ୱଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମସ୍ତ ଗାଁ ସାଥୀମାନଙ୍କୁ ଉତ୍ସାହିତକାରୀ କାର୍ଯ୍ୟରେ ସହଯୋଗ କରିବେ ବୋଲି କହିଥିଲେ କିପରି ଭାବରେ ଆମ ଗାଇସିଲେଟ ବ୍ଲକ ଓଡ଼ିଶାରେ ନଂ ୧ ହେବ ବୋଲି କହିଥିଲେ । ଶେଷରେ ଲକ୍ଷ୍ମଣ ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଡୋଳାମଣି ସାହୁ, ବିକ୍ରମ ବରିହା, ରଙ୍କମଣି ଯୋଶୀ, ଗିରିଚନ୍ଦ୍ର ସାହୁ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.