csstore

ବ୍ରହ୍ମପୁରରେ ଓକେସିଏଲ୍‌ର ନିର୍ଦ୍ଦେଶକମାନଙ୍କ ଆଞ୍ଚଳିକ ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଓକେସିଏଲ୍‌ର ପାଠ୍ୟକ୍ରମ କାର୍ଯ୍ୟକାରୀ କରୁଥିବା ଅଧିକୃତ କେନ୍ଦ୍ର ନିର୍ଦ୍ଦେଶକମାନଙ୍କ ଆଞ୍ଚଳିକ ବୈଠକ ବ୍ରହ୍ମପୁରର ପ୍ରେମ ନଗର ମୁଖ୍ୟ ରାସ୍ତାରେ ଥିବା ରୋଟାରୀ ଶତାବ୍ଦୀ ସ୍ମାରକୀ ହଲରେ ଅନୁଷ୍ଠିତ ହୋଇଯାଇଛି । ଓକେସିଏଲ୍‌ର ଗଞ୍ଜାମ ଜିଲ୍ଲା ମୁଖ୍ୟ ରୋଟାରୀଆନ ଏସ. ରେଖା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଓକେସିଏଲ୍‌ର ମୁଖ୍ୟ ଡକ୍ଟର ମନୋରଞ୍ଜନ ପୁଥଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ କରୋନା ମହାମାରୀ ପରବର୍ତ୍ତୀ ସାମାଜିକ ସ୍ଥିତିରେ ରାଜ୍ୟର ସମସ୍ତ ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଓକେସିଏଲ୍‌ର ଅଧିକୃତ କେନ୍ଦ୍ରମାନଙ୍କ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଓ ପ୍ରଭାବଶାଳୀ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଓକେସିଏଲ୍‌ ପକ୍ଷରୁ ଚଳିତ ଆର୍ଥିକ ବର୍ଷରେ ପ୍ରବର୍ତ୍ତନ କରାଯାଉଥିବା ବିଭିନ୍ନ ନୂତନ ପାଠ୍ୟକ୍ରମର ଉପାଦେୟତା ଓ ତାହାର ସଫଳ ରୂପାୟନ ସମ୍ପର୍କରେ ବିଷଦ ଭାବେ ଆଲୋଚନା କରାଯାଇଥିଲା । ଓକେସିଏଲ୍‌ର ଗଞ୍ଜାମ ଓ ଜିଲ୍ଲାରେ କାର୍ଯ୍ୟରତ ୬୨ ଜଣ ଅଧିକୃତ କେନ୍ଦ୍ରମାନଙ୍କ ପ୍ରତିନିଧି ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.