ବଲାଙ୍ଗିର ଜିଲ୍ଲା ଟ୍ୟାକ୍ସ ବାର୍‌ ଏସୋସିଏସନ୍‌ ସଭାପତି ଭାବେ ନିର୍ବାଚିତ ହେଲେ ଚିତ୍ତରଂଜନ ଦାଶ, ସଂପାଦକ ହେଲେ ନାରାୟଣ ଦାଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଟ୍ୟାକ୍ସ ବାର୍‌ ଏସୋସିଏସନ୍‌ ସଭାପତି ଭାବେ ଚିତ୍ତରଂଜନ ଦାଶ ଓ ସଂପାଦକ ଭାବେ ନାରାୟଣ ଦାଶ ନିର୍ବାଚିତ ହୋଇଛନ୍ତି । ସେହିପରି ଉପ-ସଭାପତି ଭାବେ ମହେନ୍ଦ୍ର କୁମାର ଅଗ୍ରୱାଲ, ସହକାରୀ ସଂପାଦକ ଭାବେ ଶାସଙ୍କର ପଟ୍ଟନାୟକ ଓ କୋଷାଧ୍ୟକ୍ଷ ଭାବେ ପ୍ରକାଶ ଚନ୍ଦ୍ର ମହାପାତ୍ର ନିର୍ବାଚିତ ହୋଇଥିବା ସୂଚନା ମିଳିଛି । କାର୍ଯ୍ୟକାରୀ କମିଟି ସଭ୍ୟ ଭାବେ ମନୋନୀତ ହୋଇଛନ୍ତି ବିଶ୍ୱଜିତ ନାୟକ, ଗଣେଶ ପ୍ରସାଦ ଦୀକ୍ଷିତ, ଅଶୋକ କୁମାର ଦାସ, ଶାନ୍ତନୁ କୁମାର ଭୋଇ, ପ୍ରଭଂଜନ ହୋତା ଓ ନିଖିଲ ବହିଦାର । ନିର୍ବାଚନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବରିଷ୍ଠ ଟ୍ୟାକ୍ସ ଆଡ଼ଭୋକେଟ୍‌ ମାନସ ରଂଜନ ବହିଦାର ।

Leave A Reply

Your email address will not be published.