‘ଆମର୍ ବଲାଙ୍ଗିର’ ସେଲ୍‌ଫି ଜୋନ୍‌ର ରକ୍ଷଣା ବେକ୍ଷଣ ପ୍ରତି ଧ୍ୟାନ ଦିଆଯାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ପୌରଞ୍ଚଳରେ ଥିବା ପାଟଣାଗଡ ରଡ ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ରୋଡ ସାମନାରେ ଥିବା ‘ଆମର୍ ବଲାଙ୍ଗିର’ ସେଲ୍‌ଫି ଜୋନ୍‌ର ରକ୍ଷଣା ବେକ୍ଷଣ ଠିକ୍‌ ଭାବରେ ହେଉନଥିବା ଅଭିଯୋଗ ହେଉଛି । ସେଲ୍‌ଫି ଜୋନ୍‌ରେ ଥିବା ଗଛ ତଥା ଘାସରେ ପ୍ରତିଦିନ ପାଣି ସିଞ୍ଚନ କରାଯାଉନଥିବାରୁ ଘାସ ଓ ଗଛ ଗୁଡ଼ିକ ନଷ୍ଟ ହୋଇ ସେଲ୍‌ଫି ଜୋନ୍‌ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ପ୍ରଶାସନ ତରଫରୁ ଯଦି ରକ୍ଷଣା ବେକ୍ଷଣ ଦାୟିତ୍ଵ କରାନଯାଏ, ତେବେ ବହୁତ କମ୍ ଦିନରେ ସମସ୍ତ ଗଛ ଘାସ ନଷ୍ଟ ହେବାର ଆଶଙ୍କା ରହିଛି ।

Leave A Reply

Your email address will not be published.