ସମ୍‌ରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

ଭୁବନେଶ୍ୱର, (ଶୁଶାନ୍ତ ସାହୁ) : ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି । କୋଭିଡ୍‌ ସମୟରେ ଦେଶରେ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ଆକଳନ କରି ତାଲିକାଭୁକ୍ତ କରିବା ସହ ରୋଗର ନିରାକରଣ କରିବା ଏକ ଆହ୍ୱାନ ହୋଇଛି । ଏହି ମହାମାରୀ ଯକ୍ଷ୍ମା ବିରୋଧରେ ଯୁଦ୍ଧକୁ ପ୍ରତିହତ କରିଛି ବୋଲି ଛାତିରୋଗ ବିଶେଷଜ୍ଞ ପଦ୍ମଶ୍ରୀ ଡ. ଦିଗମ୍ବର ବେହେରା କହିଛନ୍ତି ।

ଏଥିରେ ଯୋଗଦେଇ ଡା. ବେହେରା କହିଲେ, ବିଶ୍ୱର ଯକ୍ଷ୍ମା ରୋଗୀଙ୍କ ମଧ୍ୟରୁ ୩୦ ପ୍ରତିଶତ ଭାରତରେ ଅଛନ୍ତି । ସେହିପରି ଡ୍ରଗ୍‌ ରେଜିଷ୍ଟାଣ୍ଟ ଯକ୍ଷ୍ମା ରୋଗୀଙ୍କ ମଧ୍ୟରୁ ୨୭ ପ୍ରତିଶତ ଆମ ଦେଶରେ ଅଛନ୍ତି । ଆମ ଦେଶରେ ୨୦ ପ୍ରତିଶତ ଯକ୍ଷ୍ମା ରୋଗୀଙ୍କ ଆକଳନ କରାଯାଇପାରେ ନାହିଁ । ତେଣୁ ସବୁ ରୋଗୀଙ୍କୁ ଆବିଷ୍କାର କରି କିପରି ସେମାନଙ୍କ ଚିକିତ୍ସା କରାଯାଇପାରିବ ତାହା ହିଁ ବଡ଼ ଆହ୍ୱାନ । ଯକ୍ଷ୍ମା ନିରାକରଣ ନିମନ୍ତେ ନୂତନ ତଥା ଅତ୍ୟାଧୁନିକ ଔଷଧ ଏବଂ ନିଦାନ ପଦ୍ଧତି ବର୍ତ୍ତମାନ ଉପଲବ୍ଧ । ଏହା ବ୍ୟବହାର କରି ଏହି ରୋଗର ମୂଳତ୍ପାଟନ କରାଯାଇପାରିବ ବୋଲି ସେ କହିଥିଲେ ।

କାର୍ୟ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ଡା. ଅଶୋକ କୁମାର ମହାପାତ୍ର, ଉପକୁଳପତି ତଥା ସମ୍‌ ହସ୍ପିଟାଲ୍‌ର ଡିନ୍‌ ପ୍ରଫେସର ଡା. ଗଙ୍ଗାଧର ସାହୁ, ମେଡିକାଲ୍‌ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଅତିରିକ୍ତ ଡିନ୍‌ ଡା. ଅଜୟ କୁମାର ଜେନା ଓ ପଲ୍‌ମୁନାରୀ ମେଡିସିନ୍‌ ବିଭାଗ ପ୍ରଫେସର ଡା. ବନାନୀ ଜେନା ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡା. ରାଖି ଲୁଦୁମ୍‌, ଡା. ପ୍ରିୟଦର୍ଶିନୀ ବେହେରା, ଡା. ସଂଗୀତା ଜେନା, ଡା. ସୋନାଲୀ ପରିଡା, ଡା. ପ୍ରିୟତମ ଛୋଟରାୟ, ଡା. କ୍ଷୀରୋଦ ସାହୁ, ଡା. ଶୁଭକାନ୍ତ ନନ୍ଦ ଓ ଡା. କଲୋଳିନୀ ସେନ୍‌ ଉପସ୍ଥିତ ଥିଲେ ।

Leave A Reply

Your email address will not be published.