oom

ବଲାଙ୍ଗିର ପୌରାଧ୍ୟକ୍ଷ ନିର୍ବାଚନ : ବିଜେଡି ୩, ବିଜେପି ୧ ଓ କଂଗ୍ରେସ ୧

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିର୍ବାଚନ ଶେଷ ହେବା ପରେ ହାର ଜିତ୍‌କୁ ନେଇ ଲୋକଙ୍କ ମନରେ ଅନେକ କଥା ଲାଗି ରହିଥିଲା । କିନ୍ତୁ ଆଜି ଏହି ଅପେକ୍ଷାର ଅନ୍ତ ଘଟି ବଲାଙ୍ଗିର ପୌରାଧ୍ୟକ୍ଷ ନିର୍ବାଚନରେ ବିଜେଡି ୩ଟି ଆସନକୁ କବଜା କରିଥିବା ବେଳେ ବିଜେପି ୧ ଓ କଂଗ୍ରେସ ୧ଟି ପୌରାଧ୍ୟକ୍ଷ ଆସନ ହାତକୁ ନେଇଛି । ତେବେ ବିଜେଡ଼ିରୁ ବଲାଙ୍ଗିର ପୌରାଧ୍ୟକ୍ଷ ଭାବରେ ଲିକା ସାହୁ, ପାଟଣାଗଡ଼ ଏନ୍‌ଏସିରୁ ମନାସୀ ବିଶ୍ଵାଲ ଏବଂ ତୁଷୁରା ଏନ୍‌ଏସିରୁ ଅଜୟ ଜସ୍ୱାଲ ନିର୍ବାଚିତ ହୋଇଥିବା ବେଳେ ଟିଟିଲାଗଡ଼ ପୌରାଧ୍ୟକ୍ଷା ଭାବେ ବିଜେପିର ମମତା ଦେବୀ ଜୈନ୍ ଏବଂ କଣ୍ଟାବାଞ୍ଜିରୁ ବରିୟାମ ସିଂ ସାଲୁଜା ନିର୍ବାଚିତ ହୋଇଛନ୍ତି ।

jittmm
Leave A Reply

Your email address will not be published.