ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଜମିଲା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ପ୍ରସିଦ୍ଧ ହରିରାଜପୁର ପଚୁଂଦୋଳ ମେଳଣ ଜମାଣ ଉତ୍ସବ ବୁଧବାର ମଧ୍ୟରାତ୍ରିରୁ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ସହ ବହୁ ଆଡମ୍ବର ମଧ୍ୟରେ ଅନୁଷ୍ଟିତ ହୋଇଯାଇଛି । ରାତି ସାରା ବିଭିନ୍ନ ଆତସ୍‌ ବାଜି ବାଣରେ ସମଗ୍ର ମେଳଣ ପଡିଆ ପ୍ରକମ୍ପିତ ହୋଇ ଉଠିଥିବା ବେଳେ ଆକାଶକୁ ରଙ୍ଗୀନ କରି ପକାଇଥିଲା । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ୍‌ ନୃତ୍ୟ, ସଙ୍ଗୀତ କାର୍ଯ୍ୟକ୍ରମକୁ ଲୋକେ ସାରାରାତି ମନଭରି ଉପଭୋଗ କରିଥିଲେ । ଏହି ଉତ୍ସବ ଦେଖିବା ପାଇଁ ଓଡିଶାର ବିଭିନ୍ନ ଜିଲ୍ଲାରୁ ୫ ଲକ୍ଷ୍ୟରୁ ଉଦ୍ଧ୍ୱର୍ ଶ୍ରର୍ଦ୍ଧାଳୁଙ୍କ ସମାଗମ ହୋଇଥିଲା । ହରିରାଜପୁର ଗ୍ରାମର ଆରଧ୍ୟ ଠାକୁର ତଥା ପଚୁଂଦୋଳ ମେଳଣର ସ୍ଥାନାଧିପତି ପ୍ରଭୁ ଶ୍ରୀ ପଶ୍ଚିମଶମ୍ଭୁ ସୋମନାଥ ଦେବଙ୍କୁ ରୀତିନୀତି ଅନୁଯାୟୀ ରାତ୍ର ୧୨ଟା ପରେ ଏକ ସୁସଜ୍ଜିତ ଦୋଳ ବିମାନରେ ବିଜେ କରାଯାଇ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକସଜ୍ଜା, ଚିତାକର୍ଷକ ଆତାସବାଜି ପ୍ରଦର୍ଶନ, ବାଜାବାଣ, ନଦିଆ ସଂକ୍ରିର୍ତନ, ଭଜନ କିର୍ତନ, ଶଙ୍ଖନାଦ, ତୁରୀ, ଘଟଂଘଟାଂ, ଚଇତି ଘୋଡାନାଚ, କଳଘୋଡା, ପାଇକନୃତ୍ୟ, ଚଢେୟା ନୃତ୍ୟ ସହ ଲକ୍ଷାଧିକ ଭକ୍ତ, ଶ୍ରଦ୍ଧାଳୁଙ୍କ ହରିିବୋଲ ହୁଳହୁଳ ଧ୍ୱନି ସମଗ୍ର ଅଚଂଳରେ ଏକ ଅଧ୍ୟାତ୍ମିକ ପରିବେଶ ମଧ୍ୟରେ ପ୍ରଭୁ ସ୍ଥାନାଧିପତି ମେଳଣ ପଡିଆରେ ବିଜେ କରିଥିଲେ । ଏହା ପରେ ଅନ୍ୟ ଚାରୋଟି ରାଜପ୍ରତିଷ୍ଠିତ ଦେବ ବିଗ୍ରହ ଯଥା ପ୍ରଭୁ ସେମନାଥ ଦେବ (ବୁଢାପଡା), ଶ୍ରୀ ଗତିଶ୍ୱର ଦେନ(କୁସୁମାଟି ଛଣଘର), ଶ୍ରୀ ନିଳକଣ୍ଠେଶ୍ୱର ଦେବ (ଭଁସର) ଓ ଶ୍ରୀ ବାଲୁଙ୍କେଶ୍ୱର ଦେବ (କନ୍ତିଆ)ଙ୍କ ଚଳନ୍ତି ପ୍ରତିମାଙ୍କ ସମେତ ବିଭିନ୍ନ ଅଚଂଳରୁ ଅନ୍ୟ ୮୦ଟି ଦେବ ବିଗ୍ରହଙ୍କୁ ସୁସଜ୍ଜିତ ଦୋଳବିମାନରେ ନିଆଯାଇ ମେଳଣ ପଡିଆରେ ବିଜେ କରିଥିଲେ । ଏହି ଅବସରରେ ମେଳଣ ପଡିଆରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷ୍ୟରୁ ମେଲୋଡି, ଭଜନ ସମାରୋହ, ମିନାବଜାର, ଆର୍କଷଣୀୟ ନାଚଗୀତ ପରିବେଷଣ କରାଯାଇଥିଲା । ଏହି ମେଳଣ ୫ଦିନ ଧରି ଚାଲିବା ସହ ଆସନ୍ତା ୨୮ ତାରିଖ ଅପରାହ୍ନରେ ମେଳଣ ଉତ୍ସବ ଉଦ୍‌ଯାପିତ ହେବ । ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଡେଲାଙ୍ଗ ଥାନା ଓ ହରିରାଜପୁର ଫାଣ୍ଡି ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

Leave A Reply

Your email address will not be published.