ଛାତ୍ରୀଙ୍କ ଆତ୍ମ ସୁରକ୍ଷା ତାଲିମ ଉଦ୍‌ଘାଟିତ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ସ୍ଥାନୀୟ ଜେ. କେ. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଉଚ୍ଚ ମାଧ୍ୟମିକ ନିର୍ଦେଶାଳୟ ଆନୁକୂଲ୍ୟରେ ଅଷ୍ଟଦିବସିୟ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଗତକାଲି ପୂର୍ବାହ୍ନରେ ଉଦ୍‌ଘାଟିତ ହୋଇଯାଇଛି । ଜୁନିଅର କଲେଜ ଅଧ୍ୟକ୍ଷ ପ୍ରଣୟ ଆନନ୍ଦ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ସ୍ଥାନୀୟ ରିଷିଡା ପଂଚାୟତର ସରପଞ୍ଚ ଶ୍ରୀମତୀ ସେବତୀ ରଣା ମୁଖ୍ୟ ଅତିଥି ରୂପେ ଯୋଗଦେଇ ନିଷ୍ଠାର ସହିତ ପ୍ରଶିକ୍ଷଣ ନେବା ତଥା ସମାଜର ସର୍ବାଙ୍ଗୀନ ବିକାଶ ଦିଗରେ କାମ କରିବା ପାଇଁ ଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ । ତାଲିମ ଶିବିର ସଂଯୋଜକ ଅଧ୍ୟାପକ ହେମନ୍ତ ଚୌଧୁରୀ ସ୍ୱାଗତ ଭାଷଣ ଦେବା ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଓ ଅଧ୍ୟାପକ ନିଳାମ୍ବର ପାତ୍ର ଧନ୍ୟବାଦ ଦେଇଥିଲେ । ଅଧ୍ୟାପକ ଗିରିରାଜ ଗହିର, ପି.ଇ.ଟି. ଲଳିତ ଗୌଡ଼, ଲାଇବ୍ରେରୀଏନ ଚିନ୍ମୟ ରଣା, ମୁଖ୍ୟ ପ୍ରଶିକ୍ଷିକା ଜୟନ୍ତୀ ଭୋଇ ଓ ସମାଜସେବୀ ମନୋଜ ରଣା ପ୍ରମୁଖ ମଂଚାସୀନ ଥିଲେ । ୭୦ ଜଣ ଛାତ୍ରୀଙ୍କୁ ଦୁଇଟି ଦଳ କରି ଆସନ୍ତା ଏପ୍ରିଲ ୦୪ ତାରିଖ ପର୍ଯ୍ୟନ୍ତୁ ଏହି ଶିବିରରେ ତାଲିମ ଦିଆଯିବ ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ଡି.ଇ.ଓ ସୌମ୍ୟ ତ୍ରିପାଠୀ, କିରାଣୀ ଚନ୍ଦନ ରଣା, କର୍ମଚାରୀ ବୃନ୍ଦ ଜଗଦୀଶ ଭୋଇ, ନାରାୟଣ ଗହିର, ଯୋଗେନ୍ଦ୍ର ବେହେରା, ପାଣ୍ଡବ ହରିଜନ ଓ କଳ୍ପନା ରଣା ପ୍ରମୁଖ ସହଯୋଗ କରୁଛନ୍ତି ।

jittmm
Leave A Reply

Your email address will not be published.