csstore

କର୍ଲାମୁଣ୍ଡା ବ୍ଲକରେ ସୁରେନ୍ଦ୍ର ଭୋଇ ହେଲେ ବ୍ଲକ ଉପାଧ୍ୟକ୍ଷ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ବ୍ଲକ ଉପାଧ୍ୟକ୍ଷ ଭାବେ କର୍ଲାମୁଣ୍ଡା ସମିତି ସଭ୍ୟା ସୁରେନ୍ଦ୍ର ଭୋଇ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି । ଏହି ବ୍ଲକର ମୋଟ ୧୨ ସମିତି ସଭ୍ୟରୁ ୧୧ ଜଣ ସମିତି ସଭ୍ୟ/ସଭ୍ୟା ଗତକାଲିର ସ୍ୱତନ୍ତ୍ର ବୈଠକରେ ଉପସ୍ଥିତ ଥିବା ବେଳେ କେବଳ ସୁରେନ୍ଦ୍ର ଭୋଇ ଏକମାତ୍ର ପ୍ରାର୍ଥୀ ଭାବେ ଉପାଧ୍ୟକ୍ଷ ଆସନ ପାଇଁ ନାମାଙ୍କନ ଦାଖଲ କରିଥିଲେ । ଫଳରେ ତାଙ୍କୁ ଉପାଧ୍ୟକ୍ଷ ଭାବରେ ଘୋଷଣା କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଶ୍ରୀ ଭୋଇ ଭାରତୀୟ ସେନା ବାହିନୀର ଅବସରପ୍ରାପ୍ତ ସୈନିକ ହୋଇଥିବାରୁ ରାଜନୀତି ଜରିଆରେ ଜନସେବା କରିପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଅନ୍ୟ ପଟେ ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ ପୂର୍ବରୁ କଂଗ୍ରେସ ଦଳରେ ରହିଥିବା ବେଳେ ଗତକାଲି ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଥିବା ଜଣାପଡ଼ିଛି । ଅନ୍ୟ ମାନଙ୍କ ମଧ୍ୟରେ ଯୁବ ବିଜେଡି ଜିଲ୍ଲା ସମ୍ପାଦକ ନନ୍ଦି କିଶୋର ଭୋଇ, ବିଶ୍ଵଦୀପକ ପାତ୍ର ନେମିଚନ୍ଦ ଜୈନ, ବିଜେଡି ନେତା ବିରଞ୍ଚି ରଣା, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ସାହୁ, ଅର୍ଜୁନ ସାହୁ, ସୀମାଞ୍ଚଳ ଭୋଇ, ତ୍ରିସଙ୍କ ରଣା, ରବି ନାଗ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.