ଦୁଇ ମହିଳାଙ୍କ କବଜାରେ ତୁରେକେଲା ବ୍ଲକ : କଂଗ୍ରେସର ସମର୍ଥନରେ ଭାଜପା ସମର୍ଥିତ ଧନମତି ଖୁରା ହେଲେ ତୁରେକେଲା ବ୍ଲକ ଉପାଧ୍ୟକ୍ଷା

କଂଟାବାଂଜି, (ମନୀଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ଉପାଧ୍ୟକ୍ଷା ନିର୍ବାଚନୀ ବୁଧବାର ଦିନ ବ୍ଲକ କାର୍ଯ୍ୟାଳରେ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ସମର୍ଥିତ ୯ ଜଣ ସମିତି ସଭ୍ୟା/ସଭ୍ୟଙ୍କ ସମର୍ଥନରେ ଭାରତୀୟ ଜନତା ପାର୍ଟି ସମର୍ଥିତ ଧନମତି ଖୁରା ୧୩ ଗୋଟି ଭୋଟ ପାଇ ଉପାଧ୍ୟକ୍ଷା ପଦବୀ ପାଇଁ ବିଜୟୀ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ୧୯ଗୋଟି ସମିତି ସଭ୍ୟା/ସଭ୍ୟ ନିର୍ବାଚନୀରେ ବିଜୟୀ ହୋଇ କଂଗ୍ରେସର ୯ ଗୋଟି, ଭାଜପାର ୨ ଗୋଟି ଏବଂ ବିଜେଡିର ୭ ଗୋଟି ପ୍ରାର୍ଥିନୀ/ପ୍ରାର୍ଥୀ ନିଜ ନିଜ କ୍ୟାମ୍ପରେ ରହିଥିଲେ । ବୁଧବାର ଦିନ ଉପାଧ୍ୟକ୍ଷ ପଦବୀ ପାଇଁ କଂଗ୍ରେସ ଓ ଭାଜପା ସମର୍ଥିତ ହଲନଭଟା ପଂଚାୟତର ସମିତି ସଭ୍ୟା ଧନମତି ଖୁରା ଓ ବିଜେଡି ସମର୍ଥିତ ପ୍ରାର୍ଥୀ ଚାଉଲସୁଖା ପଂଚାୟତ ସମିତି ସଭ୍ୟ ଗିରିରାଜ ମାଝି ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିଜେଡିର ୨ଜଣ ପ୍ରାର୍ଥିନୀ/ପ୍ରାର୍ଥୀ କ୍ରସ ଭୋଟିଂ କରିବାରୁ ଧନମତି ଖୁରା ୧୩ ଗୋଟି ଭୋଟ ପାଇ ବିଜୟୀ ହୋଇଛନ୍ତି । ଉପାଧ୍ୟକ୍ଷା ଧନମତି ଖୁରା ବିଜୟୀ ହେଲା ପରେ ତୁରେକେଲା ବ୍ଲକରେ ପ୍ରଥମ ଥର ପାଇଁ ଉଭୟ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ପଦବୀ ଦୁଇ ମହିଳାଙ୍କ ନେତୃତ୍ୱରେ ହୋଇଥିବାରୁ ଉଭୟ କଂଗ୍ରେସ ଓ ଭାଜପା ନେତାଙ୍କ ଗୋଟି ଚାଲିବ ବୋଲି ବ୍ଲକରେ ଆଲୋଚନା ହେଉଛି ।

Leave A Reply

Your email address will not be published.