ବାର୍ ଆସୋସିଏସନ୍ ହଲ୍ ଭିତରେ ବାର୍ ପାଇଁ ଇ-ଲାଇବ୍ରେରୀ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭର୍ଚୁଆଲ୍ ମାଧ୍ୟମରେ ମାନ୍ୟବର ପ୍ରଧାନ ବିଚାରପତି ଡକ୍ଟର ଏସ୍ ମୁରଲିଧରଙ୍କ ଦ୍ୱାରା ବାର୍ ଆସୋସିଏସନ୍ ହଲ୍ ଭିତରେ ବାର୍ ପାଇଁ ଇ-ଲାଇବ୍ରେରୀ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ଓ ଅଧିବେଶନ ବିଚାରପତି ଲୋକନାଥ ମହାପାତ୍ର, ବଲାଙ୍ଗିର ବାର୍ ଆସୋସିଏସନ୍ ସଭାପତି ପ୍ରବୀଣ କୁମାର ମିଶ୍ର, ବଲାଙ୍ଗିର ସିଭିଲ କୋର୍ଟ ରେଜିଷ୍ଟ୍ରାର ଅମିତ କୁମାର ବାରିକ ଏବଂ ନ୍ୟାୟିକ ଅଧିକାରୀ ଏବଂ ବଲାଙ୍ଗିର ବାର୍ ଆସୋସିଏସନ୍‌ର ସଦସ୍ୟମାନେ ଉନସ୍ଥିତ ଥିଲେ । ଏଥିରେ କୋର୍ଟ ପରିଚାଳକ ପ୍ରୀତୀରାନି ନାଗ, ସିଷ୍ଟମ ଅଫିସର ଅନୀଲ କୁମାର ଦାଶ, ନାଜିର ସୁବ୍ରାନ୍ସୁ ବାଗ୍, ସହକାରୀ ନାଜିର ସୁବ୍ରତ କୁମାର ମିଶ୍ର ସହଯୋଗ କରିଥିଲେ ।

Leave A Reply

Your email address will not be published.