ମାର୍ଚ୍ଚ ମାସ ନ ସରୁଣୁ ତାଳୁଫଟା ଖରା

ବଲାଙ୍ଗିର, (କେପିଏନ୍‌ଏସ୍‌) : କିଛି ଦିନ ହେଲା ବଲାଙ୍ଗିର ସହରରେ ବଢ଼ିବାରେ ଲାଗିଛି ତାଳୁଫଟା ଖରା । ଦିନ ୮ଟାରୁ ଖରାର ଝାଂଜି ଅନୁଭବ ହେଉଥିବା ବେଳେ ଦିନ ଦିପହରରେ ପ୍ରଚଣ୍ଡ ଖରାରେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି ଲୋକେ । ସଂଧ୍ୟା ପର୍ଯ୍ୟନ୍ତ ଖରାର ତାପ ଜଣାପଡ଼ୁଛି । ତେବେ ମାର୍ଚ୍ଚ ମାସ ନ ସରୁଣୁ ଏଭଳି ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନସାଧାରଣ ଆଶଙ୍କିତ ହୋଇ ପଡ଼ିଥିବା ବେଳେ ଆଗାମୀ ୩ ମାସ କାଳ କିଭଳି ପ୍ରଚଣ୍ଡତା ଦେଖାଇବ ରୌଦ୍ର୍ୟତାପ ବୋଲି ସାଧାରଣରେ ଆଲୋଚନା ହେଉଛି । ସ୍ୱଭାବତଃ ଏପ୍ରିଲ, ମେ’ ଓ ଜୁନ୍‌ ମାସ ପ୍ରବଳ ଖରାର ସମୟ ବୋଲି କୁହାଯାଉଥିବା ବେଳେ ମାର୍ଚ୍ଚ ମାସ ନ ସରୁଣୁ ଚଳିତ ବର୍ଷ ପ୍ରଚଣ୍ଡ ପ୍ରହାର କରିବା ଆରମ୍ଭ କଲାଣି ଗ୍ରୀଷ୍ମ ପ୍ରବାହ । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ସ୍ଥାନେ ସ୍ଥାନେ ଜଳଛତ୍ର ଓ ବିଶ୍ରାମ ସ୍ଥଳି ନିର୍ମାଣ କରାଯିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି ।

Leave A Reply

Your email address will not be published.