ପଦ୍ମପୁରରେ ବଢୁଛି ବିଜେପିର ପୌର ନିର୍ବାଚନ ପ୍ରଚାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ପଦ୍ମପୁର ପୌର ପରିଷଦ ନିର୍ବାଚନ ପ୍ରଚାର ସେତିକି ଜୋରଦାର ହେବାରେ ଲାଗିଛି । ଏଥିରେ ପଦ୍ମପୁର ଭାରତୀୟ ଜନତା ପାର୍ଟି ପଦ୍ମପୁର ପୌର ନିର୍ବାଚନ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ କୁମାର ପୁରୋହିତ । ପୌର ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷା ପ୍ରାର୍ଥିନୀ ଶ୍ରୀମତୀ ରଞ୍ଜୁ ସେଠ ଓ ୱାର୍ଡ ନଂ ୩ କାଉନସିଲର ପ୍ରାର୍ଥୀ ନରୋତ୍ତମ ପ୍ରଧାନ, ୱାର୍ଡ ନଂ ୫ କାଉନସିଲର ପ୍ରାର୍ଥିନୀ ଶ୍ରୀମତୀ ସୀମା ସାହୁ, ୱାର୍ଡ ନଂ ୬ କାଉନସିଲର ପ୍ରାର୍ଥୀ ଜିତେନ୍ଦ୍ର ସୁନାନୀ, ୱାର୍ଡ ନଂ ୭ କାଉନସିଲର ପ୍ରାର୍ଥୀ ସୁମିତ ଘିଭେଲା, ୱାର୍ଡ ନଂ ୮ କାଉନସିଲର ପ୍ରାର୍ଥିନୀ ଶ୍ରୀମତୀ ପ୍ରମିଲା ମେହେର ଆଦି ପ୍ରାର୍ଥୀମାନଙ୍କୁ ପଦ୍ମଫୁଲ ଚିହ୍ନରେ ବିପୁଳ ପରିମାଣରେ ଭୋଟ ଦେଇ ଜିତାଇବା ପଦ୍ମପୁର ସହରର ଗାଇସିଲେଟ ରୋଡ଼ପଡା, ନୂଆପଡ଼ା, ହରିଜନପଡା, ବଡପଡା, ଖର୍ରାପଡ଼ା, ଧୁବାପଡା, ବରଫପଡ଼ା, ହନୁମାନପଡା, ସାହୁପଡ଼ା, ଗୋପିଳଜୀ ମନ୍ଦିରପଡ଼ା ଆଦି ଘରକୁ ଘର ବୁଲି ପୁରୋହିତ ପ୍ରାର୍ଥୀମାନଙ୍କ ସହ ଭୋଟ ଭିକ୍ଷା କରିଥିଲେ । ପଦ୍ମପୁର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ଟାଣୁଆ ନେତା ପ୍ରଦୀପ ପୁରୋହିତ ଲୋକ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ ଧାରାକୁ ଆଗକୁ ନେବାକୁ ଓ ଜନ ହିତକର ଯୋଜନା ଲୋକଙ୍କ ପାଖକୁ ପହଞ୍ଚିଇବା ପାଇଁ ବିଜେପି ପ୍ରାର୍ଥୀମାନଙ୍କୁ ବିଜୟ କରିବାକୁ ଅନୁରୋଧ କରିଥିଲେ । ପଦ୍ମପୁର ପୌର ପରିଷଦ ନିର୍ବାଚନରେ ବିଜେପି ପ୍ରତି ଲୋକଙ୍କ ଜନ ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି । ବରିଷ୍ଠ ବିଜେପି ନେତା ଶିରିଷ ବହିଦାର, ରାଜୁ ଘିଭେଲା, ପଦ୍ମପୁର ବିଜେପି ନଗର ସଭାପତି ସୁନୀଲ ଅଗ୍ରୱାଲ, ରାଜ୍ୟ ଯୁବ ମୋର୍ଚ୍ଚା ସଂପାଦକ ପ୍ରିତେଶ ବହିଦାର, ଅଶୋକ ମିଶ୍ର, ସେବକ ମେହେର, ଗୋବର୍ଦ୍ଧନ ଅଗ୍ରୱାଲ, ଦୂର୍ଗା ପ୍ରସାଦ ଅଗ୍ରୱାଲ, କେତନ ମେହେର, ଲମ୍ବୋଦର ପଣ୍ଡା, ସତ୍ୟନାରାୟଣ ବେହେରା, ହରେକୃଷ୍ଣ ପଟେଲଙ୍କ ସମେତ ଶତାଧିକ ବିଜେପି ମହିଳା ପୁରୁଷ କର୍ମୀ ଯୋଗଦେଇ ଘରକୁ ଘର ଯାଇ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ।

Leave A Reply

Your email address will not be published.